Breaking News

ଚାରଟି ପରିବାରର ୮ ବଖରା ଘର ଜଳିଗଲା. ମହିଳା ଗୁରୁତର , ନିଆଁରେ ପୋଡି ୩ଟି ବଳଦ ମୃତ୍ୟୁ .୧ ଆହତ

 ଓଡଗାଁ--- ନୟାଗଡ ଜିଲ୍ଲାର ଗୋଡିପଡା ଥାନା ଅନ୍ତର୍ଗତ ହରିଡାବନ୍ଦ ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ୪ଟି ପରିବାରର ୮ ବଖରା ଘର ପୋଡି ପାଉଁଶ ହୋଇଯିବା ସହିତ ୩ଟି ବଳଦ ଅଗ୍ନିକାଣ୍ଡରେ ଜଳିଯାଇ ମୃତ୍ୟୁ ବରଣ କରିଛନ୍ତି । ଗୋଟିଏ ବଳଦ ଏବେ ବି ଅଧା ଦରପଡା ହୋଇ ମୃତ୍ୟୁ ସହ ସଂଗ୍ରାମ ଜାରି ରଖିଛି  । ସୁଚନାଯୋଗ୍ୟ ଯେ  ଲୋକନାଥ ପଳେଇଙ୍କର ବୋହୁ ଏହି ଅଗ୍ନିକାଣ୍ଡରେ ଆହତ ହୋଇ ଏବେ ନୟାଗଡ ମେଡିକାଲରେ ଚିକିତ୍ସା ହୋଉଥିବା ଜଣାପଡିଛି । ତାଙ୍କର ଦୁଇ ବଖରା ଘର ପୋଡି ଯିବା ସହ ଗୋଟିଏ ବଳଦ ମୃତ୍ୟୁ ହୋଇଛି ।  ସେହିପରି ଗୋପିନାଥ ପଳେଇଙ୍କର ଦୁଇ ବଖରା ଘର ପୋଡି ଯାଇଥିବା ବେଳେ ୨ଟି ବଳଦ ମୃତ୍ୟୁ ହୋଇଛି । ଜଗନ୍ନାଥ ପଳେଇଙ୍କର ଦୁଇ ବଖରା ଘର ଜଳିଯାଇଥିବା ବେଳେ ଗୋଟିଏ ବଳଦ ଆହତ ହୋଇଛି । ମଞ୍ଜୁଲତା ପଳେଇଙ୍କର ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସମସ୍ତେ ରାତିରେ ଶୋଇ ପଡିବା ପରେ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ନିଆାଁର ପ୍ରକୋପ ଏତେ ଯୋର ଥିଲା ଯେ ଘରୁ ଜିନିଷ ପତ୍ର କାଡିବା ସମ୍ବବପର ହୋଇନଥିଲା  । ଆଖି ଅଗାରେ ଏହି ଚାରୋଟି ପରିବାରଙ୍କର ସମସ୍ତ ଆସବପତ୍ର ସହ ଧାନ, ଚାଉଳ, ବିରି, ମୁଗ, ବାସନ କୁସନ, ସୁନା ରୂପା, ଟଙ୍କାପଇସା ଓ ବିଭିନ୍ନ ସରକାରୀ କାଗଜ ପତ୍ର ସବୁ ପୋଡି ଯାଇଛି । ଯାହାକି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ଯାଇଥିବା ଜଣାପଡିଛି ।  ଖବର ପାଇ ଓଡର୍ଗା ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ  । ଶରଣକୂଳ ପଶୁ ଚିକିତ୍ସା ଅଧିକାରୀ ଆଜି ସକାଳେ ଖବର ପାଇ ବଳନ ମାନଙ୍କର ଶବ ବ୍ୟବଛେଦ କରି ରିର୍ପୋଟ ପ୍ରଦାନ କରିବା ସହ ଆହତ ହୋଇଥିବା ବଳଦକୁ ଚିକିତ୍ସା କରିଛନ୍ତି । ଏହି ପରିବାର ଗୁଡିକ ଚାଷୀ ପରିବାର ହୋଇଥିବାରୁ ତୁରନ୍ତ ଅଗ୍ନିବପନ୍ନ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାକୁ ସାଧାରଣରେ ଦାବି ହୋଉଛି । ଆଜି ରାଜସ୍ୱ ବିଭାଗ ପକ୍ଷରୁ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ପ୍ରାଥମିକ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡିଛି ।
ଓଡର୍ଗାରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts