Breaking News

ଘରଭଙ୍ଗା ତଦନ୍ତକାରୀ ଟିମକୁ ଧମକଚମକ ଦେବା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ

ଡେଲାଙ୍ଗ- ଡେଲାଙ୍ଗ ବ୍ଳକର ଖେଲଉର ପଞ୍ଚାୟତରେ ଘରଭଙ୍ଗା ତଦନ୍ତ  କାରୀ ଟିମକୁ ଗ୍ରାମ ଦାଣ୍ଡରେ ଅଟକାଇ କେତେକ ଯୁବକ  ଅଶିଳ ଭାଷାରେ ଗାଳି ଗୁଲଜ କରିବା ସହ ପୋଲିସ ଓ ମାଜିଷ୍ଟେଟଙ୍କ ଉପସ୍ଥିତିରେ ଧମକ ଦେବା ସହ ମାଡ ମାରିଥିଲେ ।  ଏହି ଖବର ସମ୍ପର୍କରେ ଡେଲାଙ୍ଗ ତହସିଲଦାର  ରାଜେନ୍ଦ୍ର ଆଚାର୍ଯ୍ୟ ପିପିଲି ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପିପିଲି ପୁଲିସ ଗ୍ରାମକୁ ଯାଇ ପଚାର ଉଚାର କରି ଆସିଥିଲେ । ଗୁରୁବାର ଦିନ ଡେଲାଙ୍ଗ ତହସିଲଦାର  ଓ ବେଗୁନିଆ ତହସିଲଦାର ବିବେକା ନନ୍ଦ ପରିଡା ପିପିଲି ଥାନାରେ ଖେଲଉର ଗ୍ରାମରେ ଘଟିଥିବା ବୁଧବାର ସଂଧ୍ୟାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ ଦେଇଥିଲେ । ପିପିଲି ପୁଲିସ ଅଭିଯୋଗ କୁ ଭିତ୍ତିକରି ମୁଖ୍ୟ ଅଭିଯୁକ୍ତ ଶିବ କୁମାର ହରିଚନ୍ଦନ କୁ ଗିରଫ କରିଥିବା ଜଣାପଡିଛି  ।  ଅନ୍ୟ ଅଭିଯୁକ୍ତ ମାନେ ଗ୍ରାମରୁ ଫେରାର ହୋଇଥିବା ପିପିଲି ଥାନା ଅଧିକାରି ଶରତ କୁମାର ସାହୁ କହିଛନ୍ତି ।   ପିପିଲି ପୁଲିସ କେସ୍ ନମ୍ବର୧୪୮/୧୯ରେ ମୁଖ୍ୟ ଅଭିଯୁକ୍ତ ଶିବ କୁମାର ହରିଚନ୍ଦନ କୁ ଗିରଫ କରାଯାଇ କୋର୍ଟକୁ ପଠାଯାଇଛି  । ଫେରାର ଅଭିଯୁକ୍ତ ମାନଙ୍କୁ ଖୁବ ଶ୍ରିଘ୍ର ଗିରଫ କରାଯିବ ବୋଲି ତଦନ୍ତ କାରୀ ପିପିଲି ଥାନାର ସେକେଣ୍ଡ ଅଫିସର ସନ୍ଦୀପ କୁମାର ଦାଶ ସୂଚନା ଦେଇଛନ୍ତି ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts