ଟ୍ରେନରୁ ପଡି ଯୁବକଙ୍କର ମୃତ୍ୟୁ
ସାକ୍ଷୀଗୋପାଳ ---- ଖୋର୍ଦ୍ଧାରୁ ପୁରୀ ଅଭିମୁଖେ ଆସୁଥିବା ପାସେଞ୍ଜର ଟ୍ରେନରୁ ସାକ୍ଷୀଗୋପାଳ ରେଳ ପ୍ଳାଟଫର୍ମ ନିକଟରେ ଜଣେ ଯୁବକ ଖସି ପଡି ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ନିଅ୍ରାଯାଇଥିଲା । ସେଠାରେ ଚିକିସ୍ଥାଧୀନ ଥିବା ସମୟରେ ଯୁବଙ୍କର ମୃତ୍ୟୁ ଘଟିଛି । ସୁଚନାଯୋଗ୍ୟ ଯେ ନୟାଗଡ ଅଞ୍ଚଳର ଗାଣ୍ଡୁ ବାରିକ(୪୫) ପୁରୀରେ ପରିବାର ସହ ରହି ଦିନ ମଜୁରିଆ ଭାବେ କାମ କରି ଆସୁଥିଲେ । ଏକ ଭୋଜିଭାତରେ ଯୋଗଦେବା ପାଇଁ ଗ୍ରାମକୁ ଯାଇଥିଲେ । ଗୁରୁବାର ଦିନ ଟ୍ରେନରେ ପରିବାର ସହ ପୁରୀକୁ ଆସୁଥିଲେ । ପରିବାର ଲୋକମାନେ ଟ୍ରେନ ବଗି ଭିତରେ ବସିଥିବା ବେଳେ ଗାଣ୍ଡୁ ଟ୍ରେନର ଗେଟ ପାଖରେ ବସିଥିଲେ । ଅସାବଧାନତା ଯୋଗୁ ଗାଣ୍ଡୁ ଟ୍ରେନରୁ ଖସି ପଡିଥିବା ତାଙ୍କ ପରିବାରଙ୍କ ପକ୍ଷରୁ ସୁଚନା ମିଳିଛି । ପୋଲିସ ଶବ ଜବତ କରି ବ୍ୟବଛେଦ ନିମନ୍ତେ ପୁରୀ ପଠାଇଥିବାର ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି