Breaking News

ସତ୍ୟବାଦୀରେ ଗୋପବନ୍ଧୁଙ୍କ ୯୧ ତମ ଶ୍ରାଦ୍ଧଦିବସରେ ବୃକ୍ଷରୋପଣ

ସାକ୍ଷୀଗୋପାଳ--- ଆଜି ପବିତ୍ର ନେତ୍ରୋତ୍ସବ ତିଥିରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୧ ତମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ସତ୍ୟବାଦୀ ବିଦ୍ୟାଳୟ ପରିସରରେ ବିଦେଶୀ  ଅତିଥଙ୍କ ସହିତ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି । ସତ୍ୟବାଦୀ ହାଇସ୍କୁଲ ଓ ସିଂହଦ୍ୱାର ନିକଟରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କରାଯାଇଛି । ଏହି ଅବସରରେ ରାଧାକୁଣ୍ଡ ପୁଷ୍କରଣିରେ ସତ୍ୟବାଦୀ ବିଦ୍ୟାଳୟର ପୁରାତନ ଛାତ୍ର  ଓ ବର୍ତ୍ତମାନର ଛାତ୍ର ସିଟି ସ୍ୁଲର ଛାତ୍ର ଛାତ୍ରୀ ଙ୍କ ସହିତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଭବମ୍ ପ୍ରଧାନ, ଶିକ୍ଷକ ସତ୍ୟବାଦୀ ଦାସ, ନବଘନ ଶତପଥୀ, ସୁଶାନ୍ତ ରଥ, ଆଲୋକ ଖୁଣ୍ଠିଆ, ଭ୍ରମରବର ସ୍ୱାଇଁ ପ୍ରମୁଖ ତିଳତର୍ପଣ କରିଥିଲେ  । ପୁରୋହିତ ଲିଙ୍ଗରାଜ ମହାପାତ୍ର ଗୋପବନ୍ଧୁ ଦାସଙ୍କ ପିତୃପୁରୁଷଙ୍କ ଉଦ୍ଦ୍ୟେଶରେ ଫୁଲ, ଚନ୍ଦନ ଦେଇ ତିଳ ତର୍ପଣ କରାଇଥିଲେ  । ପରେ ପରେ ଗୋପବନ୍ଧୁ ଦାସ ଶେଷ ନିଶ୍ୱାସ ତ୍ୟାଗ କରିଥିବା ସ୍ଥାନରେ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଥିଲା  ।  ଜାପାନରୁ ଆସିଥିବା ଅତିଥି ତୋମୋକୋ ତେଜୁକାଙ୍କ ସହ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା  ।

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts