ପ୍ରାଥମିକ ଶିକ୍ଷକ ସଂଘ ଶିକ୍ଷୟତ୍ରୀଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦା କରିଛି
ଡେଲାଙ୍ଗ---- ନିଆଳି ଥାନା ଅନ୍ତର୍ଗତ ଚାରିଛକ ସ୍ଥିତ ଆମ୍ବପଡା ପ୍ରାଥମିକ ବିଦ୍ୟାୟର ଶିକ୍ଷୟତ୍ରୀ ସୁଚିସ୍ମିତା ମୁଦୁଲି ବିଦ୍ୟାଳୟ କ୍ଳାସରୁମରେ ପିଲାଙ୍କୁ ପାଠ ପଡାଇଥିବା ସମୟରେ ଯେଉଁପରି ଭାବରେ ତାଙ୍କ ଉପରେ ଆକ୍ରମଣ କରାଯାଇଛି । ସେ ଏବେ ଚିକିତ୍ସାଧୀନ ଅଛନ୍ତି । ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ଡେଲାଙ୍ଗ ମଣ୍ଡଳ ର ସଭାପତି ମିଟୁ କିଶୋର ପ୍ରଧାନ ଘୋର ନିନ୍ଦା କରିଛନ୍ତି । ଏଥି ସହିତ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ବିଭଗୀୟ ମନ୍ତ୍ରୀ ଓ ଜିଲ୍ଲା ପ୍ରଶାସନ ପାଖରେ ଦାବି କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି