Breaking News

ସରକାରୀ କର୍ମଚାରୀ ପାଇଁ ଝଟକା ଅଫିସରେ ଗୁଟଖା ବ୍ୟାନ୍, ଅଫିସରେ ଖାଇଲେ କାର୍ଯ୍ୟାନୁଷ୍ଠାନ ।


ଓଡଗାଁ ------- ସରକାରୀ ଅଫିସରେ ଗୁଟଖା ବ୍ୟାନ୍ ହେଲା । ଗୁଟଖା ଓ ପାନ ଚୋବାଇଲେ ୫୦୦ ଟଙ୍କା ଜୋରିମାନା ଏହା ଓଡିଶା ସରକାରୀ  କର୍ମଚାରିଙ୍କ ପାଇଁ ନୁହେଁ ।  ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ସରକାରୀ କର୍ମଚାରୀଙ୍କ ପାଇଁ କଡ଼ା ନିୟମ ଆଣିଛନ୍ତି । ଦପ୍ତରରେ କର୍ମଚାରୀମାନେ ଗୁଟଖା ଓ ପାନ ଆଦି ନିଶାଦ୍ରବ୍ୟ ବ୍ୟବହାର କରିବେ ନାହିଁ । ଏହାବ୍ୟତୀତ ସରକାରୀ କର୍ମଚାରୀମାନେ କୌଣସି ପ୍ରକାର ଉପହାର ମଧ୍ୟ ନେଇପାରିବେ ନାହିଁ । ଅଫିସ ଭିତରକୁ କୌଣସି ବି ପ୍ରକାର ଉପହାର ଆଣିବା ଉପରେ ମଧ୍ୟ କଟକଣା ଲଗାଯାଇଛି । ସିଧାସଳଖ କହିବାକୁ ଗଲେ ସରକାରୀ କର୍ମଚାରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂତନ ନିୟମ ।
ସରକାରୀ କର୍ମଚାରୀଙ୍କ ପାଇଁ ଯୋଗୀ ସରକାରଙ୍କ କଡ଼ା ଆଇନ୍ ,ଦିନକୁ ଦିନ ଅଧିକ ଶକ୍ତ ହେଉଛନ୍ତି ଯୋଗୀ ସରକାର । ରାଜ୍ୟରେ ଶୁଙ୍ଖଳା ଆଣିବା ପାଇଁ ପୂର୍ବରୁ ଦପ୍ତର ଭିତରକୁ ମୋବାଇଲ ଆଣିବା ଉପରେ କଟକଣା ଲଗାଯାଇଥିଲା । କର୍ମଚାରୀଙ୍କୁ ସୁଧାରିବା ପାଇଁ ପାନ, ଗୁଟଖା ନଖାଇବା ପାଇଁ ତାଗିଦା କରିବା ସହ କୌଣସି ଉପହାର ନେଇପାରିବେ ନାହିଁ ବୋଲି ଆଇନ୍ କରିଛନ୍ତି । ସରକାରୀ କର୍ମଚାରୀମାନେ ଉପରିସ୍ଥ କମଚାରୀଙ୍କ ବିନା ଅନୁମତିରେ ଉପହାର ନେଇପାରିବେ ନାହିଁ । ରାଜ୍ୟ ସରକାର ସମସ୍ତ ମନ୍ତ୍ରୀମାନଙ୍କୁ ମଧ୍ୟ ଏନେଇ ଅବଗତ କରାଯାଇଛି ।
ସରକାରୀ କର୍ମଚାରୀଙ୍କୁ ଲାଞ୍ଚନେବାର ଗୋଟିଏ ଉତ୍ତମ ମାଧ୍ୟମ ହେଲା ଉପହାର । ଉପହାର ଆଳରେ କର୍ମଚାରୀଙ୍କୁ ଦିଆଯାଉଥିବା ଲାଞ୍ଚ ରୋକିବା ପାଇଁ ଯୋଗୀ ସରକାର ଏପରି ପଦକ୍ଷେପ ନେଇଛନ୍ତି । ତେବେ ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିରେ ତୃତୀୟ ଶ୍ରେଣୀର କର୍ମଚାରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ରାଜ୍ୟରେ ଯଦି ସ୍ୱଚ୍ଛତା ଆଣିବା ଉପରେ ଜୋର ଦିଆଯାଉଛି , ତେବେ ପ୍ରଥମେ ବଡ଼ ବାବୁଙ୍କ ଘରକୁ ଆସୁଥିବା ଉପହାର ଯାଞ୍ଚ ହେବା ଆବଶ୍ୟକ ବୋଲି ସେମାନେ ମତ ଦେଇଛନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts