Breaking News

ଗଣିଆ ବ୍ଳକରେ ସ୍ଵଛ ଭାରତ ମିଶନ ଫେଲ

ଓଡଗାଁ ----- ନୟାଗଡ ଜିଲ୍ଲା ଗଣିଆ ବ୍ଳକରେ ସ୍ଵଛ ଭାରତ ମିଶନ ସମ୍ପୁର୍ଣ୍ଣ ଦିଗହରା ହୋଇଯାଇଛି । ପରିବେଶକୁ ସୁସ୍ଥ ଓ ପ୍ରଦୂଷଣ ମୁକ୍ତ କରିବାକୁ ସରକାର ଅନେକ ଯୋଜନା ହାତକୁ ନେଇଛନ୍ତି  । ସେଥି ମଧ୍ଯରୁ ବାହାରେ ମଳ ତ୍ଯାଗ ନ କରିବା ପାଇଁ ସରକାର ପାଇଖାନା ତାଆରି କରୁଛନ୍ତି । କିନ୍ତୁ ତାହାର ସଫଳତାକୁ ନେଇ ଗଣିଆ ବ୍ଳକରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।ସୂଚନାଯୋଗ୍ୟ ଯେ ୨୦୧୪-୧୫ ଆର୍ଥିକ ବର୍ଷରେ ସରକାର ଗଣିଆ ବ୍ଲକକୁ ୩୬୬୬ ପାଇଖାନା ମଞ୍ଜୁର କରିଥିଲେ। ସେଥିରୁ ମାତ୍ର ୧୭୩୧ ପାଇଖାନା ନିର୍ମାଣାଧିନ ଥିବାବେଳେ ୧୯୩୫ଟି ପାଇଖାନା କେବଳ କାଗଜପତ୍ରରେ ସୀମିତ ରହିଯାଇଛି। ଦୈନିକ ଖବରକାଗଜରେ ବାରମ୍ବାର ଖବର ପ୍ରସାରିତ ହେବାପରେ ସରକାର ଯଥାଶୀଘ୍ର ପାଇଖାନା ନିର୍ମାଣ କରିବାକୁ ନିର୍ଦେଶ ଦେବା ସହ ସଚେତନତା ପାଇଁ ଏକ ପ୍ରଚାର ଗାଡ଼ି ମଧ୍ୟ ବୁଲୁଛି। ମାତ୍ର ଜନସଚେତନତା ନ  ହେଲେ ସରକାରଙ୍କ ବହୁ ଯୋଜନା ଫେଲ  ମାରୁଛି ବୋଲି ଜନସାଧାରଣ କହନ୍ତି । ଗୋଟିଏ ପକ୍ଷେ ସଚେତନତା ଦାୟୀ କରାଯାଉଥିବା ବେଳେ ଅନ୍ଯ ପକ୍ଷେ ବିଭାଗୀୟ ଅଧୀକାରି ମାନେ ଏଥିପାଇଁ ଅଧିକ ଦାୟି ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ କହନ୍ତି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts