ସବୁଜ ବିପ୍ଲବ ଅଭିଯାନ-୨୦୧୯
ଓଡଗାଁ ----- ସ୍ଥାନୀୟ ସଂସ୍କାର ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ବିଶ୍ୱ ପରିବେଶର ସୁରକ୍ଷା ଉଦ୍ଦେଶ୍ୟରେ ଜନ ସଚେତନତା ଓ ଜନ ଜାଗରଣ କାର୍ଯ୍ଯକ୍ରମ କରାଯିବ । ୨୧-୦୭-୨୦୧୯ରିଖ (ରବିବାର) ଦିବା ଘ. ୨.୦୦ ମି. ରେ ନୟାଗଡ ଜିଲ୍ଲାର ଓଡଗାଁ ବ୍ଲକ ଅନ୍ତର୍ଗତ ରାବେରା ଗ୍ରାମରେ ଅନଷ୍ଠାନ ପକ୍ଷରୁ ସବୁଜ ବିପ୍ଲବ ଅଭିଯାନ-୨୦୧୯ କାର୍ଯ୍ୟକ୍ରମ କରାଯିବ ବୋଲି ଅନୁଷ୍ଠାନର ସଭାପତି ଜଣାଇଛନ୍ତି । ଏହି ପରିପ୍ରେକ୍ଷୀରେ ଉକ୍ତ ଗ୍ରାମର ଗ୍ରାମବାସୀ ମାନଙ୍କ ମଧ୍ୟରେ 'ବୃକ୍ଷ ବନ୍ଧୁ' ନାମରେ ଏକ ଟିମ୍ ଗଠନ କରାଯିବ । ସେମାନଙ୍କ ଦ୍ୱାରା ବୃକ୍ଷ ରୋପଣ ଓ ଏହାର ସଂରକ୍ଷଣ କାର୍ଯ୍ୟ କରାଯିବ। ପାଇଁ ସ୍ଥିର କରାଯାଇଛି । ତେଣୁ ପରିବେଶ ପ୍ରେମୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ଯୋଗଦେବା ନିମନ୍ତେ ଅନୁଷ୍ଠାନ ପକ୍ଷରୁ ସାଦର ନିମନ୍ତ୍ରଣ କରାଯାଉଛି ।
ଓଡଗାଁରୁ ସୁଦୀପ୍ତ କୁମାର ଦଳେଇ