ସ୍ୱେଚ୍ଛାସେବୀ ସ୍ୱାଦ ଅନୁଷ୍ଠାନରୁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ
ସାକ୍ଷୀଗୋପାଳ --- ପୁରୀ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ‘ସ୍ୱାଦ’ କାର୍ଯ୍ୟାଳୟରୁ ବୁଧବାର ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ସତ୍ୟବାଦୀ ଥାନାରେ ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ନୁଆଗାଁ ଗ୍ରାମ ଛକ ପାଖରେ ସ୍ୱାଦ କାର୍ଯ୍ୟାଳୟ । ବୁଧବାର ରାତିରେ ବିଦ୍ୟୁତ ନଥିବାର ସୁଯୋଗ ନେଇ ଦୁବୃର୍ତ୍ତ ମାନେ ଗ୍ରିଲ ଓ ଘରର ଚାବି ଭାଙ୍ଗି ଦୁଇଟି ଲାପଟପ, ଗୋଟିଏ ପ୍ରୋଜେକ୍ଟର, ଗଡରେଜ ଆଲମାରିରେ ଥିବା ଡିଜିଟାଲ କ୍ୟମେରା ୫ଟି ଓ ନଗଦ ୧୨ ହଜାର ୬ଶହ ଟଙ୍କା ସହିତ ଅନ୍ୟାନ୍ୟ ସମଗ୍ରା ଚୋରି ହୋଇଥିବା ଅନୁଷ୍ଠାନର ସମ୍ପାଦିକା ବୀଣାପଣି ମିଶ୍ର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ପାଖରେ ଥିବା ଏଲ. ଆଣ୍ଡ,ଟି କମ୍ପାନୀ ମାଇକ୍ରୋଫାଇନାସ କାର୍ଯ୍ୟାଳୟର ଚାବି ଭାଙ୍ଗି କାଗଜ ପତ୍ର ପିଙ୍ଗା ପିଙ୍ଗି କରିଥିବାର ଜଣାପଡିଛି । ସତ୍ୟବାଦୀ ଥାନା ପକ୍ଷରୁ ତଦନ୍ତ ଜାରି ରହିଛି । ନୂଆଗାଁ ସିଡି ପାଖରେ ବିଦେଶୀ ମଦ ଦେକାନ ରହିଛି । ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉକ୍ତ ଛକରେ ନିଶାଖୋର ମାନଙ୍କର ଆଡାସ୍ଥଳୀ । ଏପରିକି ଉକ୍ତ ରାସ୍ତାରେ ସଂଧ୍ୟା ହେଲେ ଝିଅ ବୋହୁ ମାନେ ଯିବା ଆସିବା କରିବା କଷ୍ଟକର ହୋଇପଡିଛି ବୋଲି ଜନସାଧାରଣରେ ଅଭିଯୋଗ ହୋଉଛି । ତୁରନ୍ତ ମଦ ଦେକାନ ସେଠାରୁ ହଟାଇବା ପାଇଁ ଜନସାଧାରଣ ସଜବାଜ ହୋଉଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି