ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତୀ ମୃତ୍ୟୁ

କନ୍ଧମାଳ--- କନ୍ଧମାଳ ଜିଲ୍ଲାର କେନୂଆଗାଁ ବ୍ଳକ ଅନ୍ତର୍ଗତ ପାଡଙ୍ଗୀ ଗ୍ରାମ ପଞ୍ଚାୟତର ପଦାସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ମଦ୍ୟପ ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତୀର ମୃତ୍ୟୁ ହୋଇଯାଇଛି । ଏହି ଖବର ପାଇ ସାରଙ୍ଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍ମାମୀ ପ୍ରଶାନ୍ତ ନାୟକଙ୍କୁ ଗିରଫ କରିଥିଲେ । ମୃତ୍ୟୁ ବରଣ କରିଥିବା ମହିଳାଙ୍କ ନାମ ସୁଦଷ୍ଠା ନାୟକ । ପୋଲିସ ଶବକୁ ଜବତ କରି ଏକ ହତ୍ୟା ଅଭିଯୋଗରେ ମୃତ୍ୟୁକଙ୍କ ସ୍ମାମୀଙ୍କୁ ୩୦୨ ଦଫାରେ ଥାନା ଆଇଆଇସି ଶୁଭଲକ୍ଷ୍ମୀ ପୂଜାରୀ ଗିରଫ କରି କୋର୍ଟକୁ ପଠାଇଥିଲେ । ସେଠାରେ ତାଙ୍କର ଜାମିନ ନ ମିଳିବାରୁ ଜେଲକୁ ପଠାଯାଇଥିବା ପୋଲିସ ସୁତ୍ରରୁ ପ୍ରକାଶ ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା