ସ୍ୱସ୍ତିବନ ଠାରେ ରଜ ମଉଜ ସିଜନ୍ -୪
ଡେଲାଙ୍ଗ--- ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଳକ ଅନ୍ତର୍ଗତ କଲ୍ୟାଣପୁର ଗ୍ରାମ ପଞ୍ଚାୟତର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ” କଲ୍ୟାଣପୁର ସାଂସ୍କୃତିକ ପରିଷଦ ” ପକ୍ଷରୁ ସ୍ୱସ୍ତିବନ ଠାରେ ରଜ ମଉଜ ସଜିନ- ୪ ଅନୁଷ୍ଠିତ ହେବ । ଏଥିରେ ବିଶେଷ ମୁଖ୍ୟ ଆକର୍ଷଣ ମା ଉଭଣୀ ମାନଙ୍କ ଦ୍ୱାରା ପିଠା ପ୍ରସ୍ତୁତି ଓ ପ୍ରତିଯୋଗିତା ଅନୁଷ୍ଠିତ ହେବ । ରଜ ମହୋତ୍ସବ ତିନିଦିନ ଧରି ଅନୁଷ୍ଠିତ ହେବ । ଏହା ସହିତ ଦୁଇ ଶହରୁ ଅଧିକ ଦୋଳି, ମିକି ମାଉସ, ଅରଟ ଖେଳ, କବାଡି ଖେଳ, ପଶା ଖେଳ, ନଦିଆ ଓ ଓଡିଶୀ କିର୍ତ୍ତନ ଦଳ, ରଜପାନ, ଝୋଟି ରଙ୍ଗୋଲି, ପୂଚି ଖେଳ, ଦଉଡି ଡିଅଁ. ମ୍ୟୁଜିକ ଚେୟାର, ସାଧାରଣଜ୍ଞାନ ( କୁଇଜ) ସଂଗୀତ (ଭଜନ ଓ ଦେଶାତ୍ମବୋଧକ ) , ନୃତ୍ୟ, ଶଙ୍ଖ ଓ ହୁଳହୁଳୀ ପ୍ରତିଯୋଗିତା କରାଯିବ ବୋଲି କଲ୍ୟାଣପୁର ସାଂସ୍କୃତିକ ପରିଷଦର ସମ୍ପାଦକ ଜଣାଇଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି