Breaking News

ବାଲିଗୁଡା ପୋଲିସ ୮୨ କେଜି ଗଞ୍ଜେଇ ଜବତ କରିଛି

କନ୍ଧମାଳ--- କନ୍ଧମାଳ ଜିଲ୍ଲାର ବାଲିଗୁଡା ପୋଲିସକୁ ଏକ ବଡ ଧରଣର ସଫଳତା ମିଳିଛି । ଶନିବାର ଦିନ ଅପରାହ୍ନରେ ବାଲିଗୁଡା  ଏସ ଆଇ ପି. କେ. ବେହେରା ଓ ଅନ୍ୟ କର୍ମଚାରୀଙ୍କୁ ନେଇ ଅଚାନକ ଖଜୁରୀନାଳ ନିକଟରେ ଗାଡି ମଟର ଯାଞ୍ଚ ସମୟରେ ଏହି ସଫଳତା ମିଳିଛି । ଧଳା ରଙ୍ଗର ଟାଟା ଇଣ୍ଡିକୋ କରେ ଯାହାରକି ନଯ ଓଆର, ୦୫. ଏଇି, ୩୮୦୦  । ଉକ୍ତ ଗାଡିର ପଛପଟ ଡିକିରେ ଏକ ପ୍ୟାକେଟ କରାଯାଇ ୮୨. କେଜି ୪ଶହ ଗ୍ରାମର ଗଞ୍ଜେଇ ରଖାଯାଇଥିଲା  ।  ଗାଡି ଚାଳକ ଏହି ଗଞ୍ଜେଇ ନୟାଗଡ ନେଇକି ଯାଉଥିଲା ବୋଲି ସେ କହିଥିଲା  । ବାଲିଗୁଡା ପୋଲିସ ଏ ସମ୍ପର୍କରେ ୮୦/ ୨୦୧୯ରେ  ଏକ କେସରୁଜ କରି ଗାଡିଟିକୁ ଜବତ କରିବା ସହ ଗାଡିର ଡ୍ରାଇଭରକୁ ଗିରପ କରି କୋର୍ଟକୁ ପଠାଯାଇଥିବା ଜଣାପଡିଛି । ମାତ୍ର ଗାଡି ଚାଳକଙ୍କୁ ଜାମିନ ନ ମିଳିବାରୁ ଜେଲକୁ ପଠାଯାଇଥିବା ବାଲିଗୁଡା ପୋଲିସ ଠାରୁ ପ୍ରକାଶ  ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts