ଯୁବକଙ୍କ ଝଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କଲା
ଖୋର୍ଦ୍ଧା-- ଖୋର୍ଦ୍ଧା ଶିଳ୍ପାୟ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଶେଇ ନିକଟସ୍ଥ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ନୟାଗଡ ଜିଲ୍ଲାର ଖଣ୍ଡପଡା ଗ୍ରାମର ବିଶ୍ୱନାଥ ବାରିକ (୪୦)ଙ୍କର ମୃତୁ ଦେହକୁ ପୋଲିସ ଜବତ କରିଛି । ସ୍ଥାନୀୟ ଲୋକମାନେ ପ୍ରଥମେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ । ପୋଲିସ ଶବ ପକେଟରୁ ଏକ ସୁସାଇଡ ନୋଟ୍କୁ ଜବତ କରି ତାଙ୍କ ଘର ଖଣ୍ଡପଡା ବୋଲି ଓ ଶଶୁରଘର ଖୋର୍ଦ୍ଧା ଡାଳତାଳା ବୋଲି ଉଲ୍ଲେଖ ରହିଥିଲା । ପୋଲିସ ଏହାକୁ ଆଧାରକରି ପରିବାରଙ୍କ ଲୋକଙ୍କୁ ଡକାଇ ଶବ ଚିହ୍ନଟ କରିଥିଲା । ମାତ୍ର ବିଶ୍ୱନାଥଙ୍କ ସ୍ତ୍ରୀ କିଛିଦିନ ତଳେ ମୃତ୍ୟୁ ବରଣ କରିଥିଲେ ତାଙ୍କୁ ସେ ଝୁରି ଝୁରି ଆତ୍ମହତ୍ୟା କରିଥିବା ସେ ସୁସାଇଡ ନୋଟ୍ରେ ଉଲ୍ଲେଖ କରିଥିବା ଜଣାପଡିଛି । ତାଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି ବୋଲି ସେ ସେ ଉକ୍ତ ନୋଟ୍ ରେ ଉଲ୍ଲେଖ କରିଥିବା ପୋଲିସ କହିଛି । ପୋଲିସ ଏକ ଅପମୃତ୍ୟୁ କେସ ରୁଜ କରି ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି