Breaking News

ଇଫକୋ ସାର କମ୍ପାନୀ ପକ୍ଷରୁ ଚାଷୀ ମାନଙ୍କୁ କୃଷି ସାମଗ୍ରୀ ପ୍ରଦାନ

ସାକ୍ଷୀଗୋପାଳ---  ସାମୁଦ୍ରିକ ବାତ୍ୟା ମଇ ମାସ ୩ ତାରିଖରେ  ପୁରୀ , ଖୋର୍ଦ୍ଧା, ଜଗତସିଂହପୁର ଓ କଟକ ଜିଲ୍ଲାରେ  । ଏହି ବାତ୍ୟାରେ ଚାଷୀ ମାନଙ୍କର ସବୁଠାରୁ ଅଧିକ କ୍ଷତି ହୋଇଥିଲା  । ଯେଉଁ ସମୟରେ ବାତ୍ୟା ହୋଇଥିଲା ସେ ସମୟରେ ବିଶେଷ କରି ରବି ଫସଲ ଆମାଦାନୀ ସହିତ ଖରାଦିନିଆ ଧାନ ଅମଳ ବା କ୍ଷେତ୍ରରେ ପାଚିଲା ସମୟ । ଯାହାକି ବାତ୍ୟାରେ ଚାଷୀ ମାନଙ୍କର ମେରୁଦଣ୍ଡ ଦେହାଲାଇ ଦେଇଛି । ଏହାକୁ ନଜର କରି ଚାଷୀ ମାନଙ୍କୁ ସାହାର୍ଯ୍ୟ ଓ ସହଯୋଗ କରିବା ପାଇଁ ଭାରତୀୟ ସାର ଓ ରସାୟନ ମନ୍ତ୍ରାଳୟ ବିଭାଗ କାର୍ଯ୍ୟାଳୟ ଆଗେଇ ଆସିଛନ୍ତି । ଏହି ଜିଲ୍ଲା ମାନଙ୍କରେ ପ୍ରାୟ ୨୦ ହଜାର ଚାଷୀ ପରିବାରଙ୍କୁ ସେମାନେ କୃଷି ସାମଗ୍ରୀ ପ୍ରଦାନ କରିବା ପାଇଁ ଲକ୍ଷ୍ୟ ରଖିଥିବା ଜଣାପଡିଛି । ସେଥି ମଧ୍ୟରୁ ଇଫକୋ ସାର କମ୍ପାନୀ ୧୦ ହଜାର କୃଷି ସାମଗ୍ରୀ କୀଟ ପ୍ରଦାନ କରିଥିବା ଜଣାପଡିଛି । ଏହି କାର୍ଯ୍ୟକ୍ରମ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ମାଳ ବାଲିକପିଳେଶ୍ୱର ଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ଶନିବାର ଦିନ ଉଦ୍ଘାଟନ ହୋଇଯାଇଛି  । ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଛବିଳେନ୍ଦ୍ର ରାଉଳ , ଆଇ.ଏ .ଏସ ସେକ୍ରେଟାରୀ ( ଫର୍ଟିଲାଇଜର ) ଭାରତ ସରକାର  । ଅନ୍ୟତମ ଅତିଥି ଭାବେ ଡ, ସୌରଭ ଗର୍ଗ, ଆଇ.ଏ.ଏସ ପ୍ରିନସିପାଲ ସେକ୍ରେଟାରୀ ( କୃଷିବିଭାଗ) ଓଡିଶା ସରକାର, ରାକେଶ କାପୁର ଯୁଗ୍ମ ପ୍ରବନ୍ଦ ନିର୍ଦ୍ଦେଶକ, ଇଫକୋ ଓ ପ୍ରେସିଡେଣ୍ଟ ଆନ୍ତର୍ଜାତୀୟ ଫର୍ଟିଲାଇଜର ଆସୋସିଏସନ ପ୍ରମୁଖ ଉପସ୍ଥିତ ରହିଥିଲେ  । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାର ସାର ଉତ୍ପାଦକ ସଂସ୍ଥାର ମୁଖ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ରହିଥିଲେ  । ଏମାନଙ୍କ ସହିତ ସତ୍ୟବାଦୀ ବ୍ଳକର ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ଜିଲ୍ଲାର କୃଷି ଅଧିକାରୀ ଓ କୃଷି ବିଜ୍ଞାନି ମାନେ ଉପସ୍ଥିତ ରହିଥିଲେ  । ଉଦ୍ଘାଟନ ପରେ ପରେ ସତ୍ୟବାଦୀ ବ୍ଳକର ସଦାନନ୍ଦପୁର, ମୁନିନ୍ଦା ଓ ମହାବଳପଡା ଗ୍ରାମର ପ୍ରାୟ ୩୭୦ ଜଣ ଚିହ୍ନଟ କରାଯାଇଥିବା ଚାଷୀ ମାନଙ୍କୁ କୃଷୀ ସାମଗ୍ରୀ ( ମିନିକିଟ ) ପ୍ରଦାନ କରାଯାଇଥିଲା  । ଏହି କିଟରେ ଉନ୍ନତ ମାନର ଧାନ ବିହନ, ରାସାୟନିକ ସାର, ଅଣୁ ସାର, ଜୈବିକ ସାର, ପନିପରିବା ମଞ୍ଜି. ନଡିଆ ଗଛ ଚାରା, କଦଳୀ ଗଛ ଚାରା ରହିଥିବା ଜିଲ୍ଲା  ଉପ କୃଷି ନିର୍ଦ୍ଦେଶକ ଏସ ଚନ୍ଦ୍ରଶେଖର ରାଓଙ୍କ ଠାରୁ ପ୍ରକାଶ  ।  ସେହିପରି ଭୁବନେଶ୍ୱର ଓୟୁଏଟିର କୁଳପତି ଡ. ପୱନ କୁମାର ଅଗ୍ରୱାଲଙ୍କ ସହ କୃଷି ଅଧିକାରୀ ଓ ବୈଜ୍ଞାନିକ ମାନେ ଉଦ୍ଘାଟନୀ ଉତ୍ସବରେ ଉପସ୍ଥିତ ରହିଥିବା ଚାଷୀ ଓ ଜନସାଧାରଣଙ୍କୁ କୃଷିର ଉତ୍ପାଦନ ବୃଦ୍ଧି ଓ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଆଲୋକପାତ କରିଥିଲେ  । ଏହିପରି ବିଭିନ୍ନ ପଞ୍ଚାୟତରେ ଚାଷୀ ମାନଙ୍କ୍ୁ ସହଯୋଗ କରାଯିବ ତାହେଲେ ଆଗାମୀ ଦିନରେ ଚାଷୀ ମାନେ ଉନ୍ନତି କରି ପାରିବେ ବୋଲି ଚାଷୀ ମାନେ ମତ ପ୍ରକାଶ କରିଥିଲେ  । ଏହି କାର୍ଯ୍ୟକ୍ରମକୁ ସଠିକ ଭାବରେ ପରିଚାଳନା ଓ ସଫଳତା କରାଇଥିଲେ ସାମାକିକକର୍ମୀ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ ଓ ବିଜୁଯୁବ ବାହିନୀର ଯୁବକ ମାନେ  । କିଶୋର ଚନ୍ଦ୍ର ଜେନା ରାଜ୍ୟ ବିପଣନ ପ୍ରବନ୍ଧକ ଇଫକୋ ସମସ୍ତ ଅତିଥି ଓ ଉପସ୍ଥିତ ଥିବା ପୁରୁଷ ଓ ମହିଳା ଚାଷୀ ମାନଙ୍କୁ ଧନ୍ୟବାଦ ଦେଇଥିଲେ  । ଏହି କାର୍ଯ୍ୟକ୍ରମକୁ ବ୍ଳକର ସମସ୍ତ ଗ୍ରାମ ପଞ୍ଚାୟତରେ କରିବା ପାଇଁ ଚାଷୀ ମାନେ ସ୍ଥାନୀୟ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ନିକଟରେ ଦାବି କରିଥିବା ଜଣାପଡିଛି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts