Breaking News

ଯୁବକର ମୃତ୍ୟୁକୁ ନେଇ ସନ୍ଦେହ; ଥାନା ଆଗରେ ଶବ ରଖି ଧାରଣା

ସାକ୍ଷୀଗୋପାଳ ----- ପୁରୀ - ଭୁବନେଶ୍ୱର ଜାତୀୟ ରାଜପଥ ନଂ ୩୧୬ର ପଟ୍ଟନାୟିକିଆ ଛକ ଠାରୁ ଅଳ୍ପ ଦୂରରେ ଥିବା ଯାଯାବର ହେଟୋଲ ନିକଟରେ ଜଣେ ଯୁବକ ରକ୍ତାକ୍ତ ହୋଇ ରାସ୍ତାରେ ପଡିଥିଲେ  । ଏହି ଖବର ପାଇ ସତ୍ୟବାଦୀ ପୋଲିସ ସେଠାରେ ପହଞ୍ଚି ରକ୍ତାକ୍ତ ଯୁବକଙ୍କୁ ଉଦ୍ଦାର କରି ପ୍ରଥମେ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ପାଇଁ ଭତ୍ତିକରିଥିଲେ  । ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବଲାନସ ଯୋଗେ ଭୁବନେଶ୍ୱର ୬ନଂ ମେଡିକାଲକୁ ନିଆଯାଇଥିଲା  ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  । ମୃତ୍ୟୁକ ଯୁବକଙ୍କ ଘର ସତ୍ୟବାଦୀ ଥାନା ଅନ୍ତର୍ଗତ ମଧୁବନ ଗ୍ରାମ ପଞ୍ଚାୟତର ଡାହଣ ଗ୍ରାମର ପ୍ରକାଶ କୁମାର ବରାଳ (୪୦) ବୋଲି ଜଣାପଡିଛି । ଉକ୍ତ ଯୁବକ ଜଣଙ୍କ ବିଜେପି ପାଇଁ ଲିଡରସିପ ନେଇଥାଏ  । ଗ୍ରାମରେ ଅଧିକାଂଶ ଘର ବିଜେପିକୁ ସମର୍ଥନ କରୁଥିବା ବେଳେ କିଛି ଘର ବିଜେଡି ଦଳକୁ ସମର୍ଥନ କରିନ୍ତି । ଏଣୁ ଗ୍ରାମରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ମନାନ୍ତର ରହିଛି । ଏହାକୁ ନେଇ ଅନେକ ଥର ପାଟିତୁଣ୍ଡ ହୋଇଛି ।  ସୁଚନାଯୋଗ୍ୟଯେ ପ୍ରକାଶ ଟଙ୍କା ଉଠାଇବା ପାଇଁ ନିଜ ମଟର ସାଇକେଲେ ଯୋଗେ ସାକ୍ଷୀଗୋପାଳ ଆସିଥିଲେ  । ମାତ୍ର ସାକ୍ଷୀଗୋପାଳ ଥିବା ଏଟିଏମ ଗୁଡିକ ପ୍ରବଳ ଗହଳି ଥିବାରୁ ପ୍ରକାଶ ସାତଶଙ୍ଖ ଏଟିଏମରୁ ଟଙ୍କା କାଡିବା ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ପ୍ରକାଶଙ୍କ ମୃତ୍ୟୁ ଦେହ ବ୍ୟବଛେଦ ହୋଇ ଘରକୁ ଫେରିବା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇବା ସହ ଥାନା ଆଗରେ ଶବ ରଖି ପ୍ରାୟ ୨ଶହ ମହିଳା ପୁରୁଷ ଏହା ଦୁର୍ଘଟଣା ନୁହେଁ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକମାନେ କହିଥିଲେ  । ସାକ୍ଷୀଗୋପାଳ ଥାନା ଅଧିକାରୀ ତପନ କୁମାର ରାଉତ ଓ ମଧୁବନ ସରପଞ୍ଚ ଙ୍କ ସହ ଜିଲ୍ଲାପରିଷଦ ସଭ୍ୟାଙ୍କ ପ୍ରତିନିଧି ଉତ୍ତେଜିତ ଲୋକମାନଙ୍କୁ ବୁଝାସୁଝା କରିବା ଗ୍ରାମବାସୀ ମାନେ ଧାରଣାରୁ ଓହରିଥିଲେ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts