Breaking News

ନେପାଳରେ ବସ୍ ଦୁର୍ଘଟଣାରେ ଦୁଇ ଓଡିଆ ପ୍ରାଣ ହରାଇଛନ୍ତି

ଭୁବନେଶ୍ବର ---- ନେପାଳରେ ହୋଇଥିବା ବସ୍ ଦୁର୍ଘଟଣାରେ ଦୁଇ ଓଡିଆ ପ୍ରାଣ ହରାଇଛନ୍ତି । ଭାରତ- ନେପାଳ ସୀମା ନିକଟବର୍ତ୍ତୀ କାଠମାଣ୍ଡୁରୁ ଜୟନଗର ଫେରୁଥିବା ବେଳେ ବସଟି ଓଲଟି ପଡିଥିଲା । ବସରେ ମୋଟ୍ ୬୦ ଜଣ ଯାତ୍ରୀ ଥିବା ବେଳେ ସେମାନେ ପ୍ରାୟତଃ ପୁରୀ ଓ ଖୋର୍ଦ୍ଧା ଅଞ୍ଚଳର ଥିଲେ ବୋଲି ସୂଚନା ମିଳିଛି । ତେବେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ୨ଜଣ ବ୍ୟକ୍ତି ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ମଳିପଡା ଜଙ୍କିଆ ଗ୍ରାମର ଚରଣ ବିଶ୍ୱାଳ ଓ ପୁରୀ ଜିଲ୍ଲା ଡେଲାଙ୍ଗ ଯମୁନା ଗ୍ରାମର ବିଜୟ ଜେନା ବୋଲି ଜଣାପଡିଛି ।

Blog Archive

Popular Posts