Breaking News

ସତ୍ୟବାଦୀରେ ଡେଲାଙ୍ଗ ମିଶନ ଶକ୍ତି ମହାସଂଘ ଅଙ୍ଗନୱାଡି କେନ୍ଦ୍ରକୁ ଛତୁଆ ଯୋଗାଇବା ପାଇଁ ଦାବି ଯୋର ଧରିଲା

 ସାକ୍ଷୀଗୋପାଳ --- ବାତ୍ୟା ଯିବାର ୪୦ ଦିନ ପରେବି ସତ୍ୟବାଦୀରେ ବିଦ୍ୟୁତ ସେବା ସଠିକ ହୋଇ ପାରୁନାହିଁ  । ଯେଉଁପରି ଭାବରେ କାମ ଚାଲିଛି ସତ୍ୟବାଦୀରେ ବିଦ୍ୟୁତ ସେବା ସଠିକ ହେବା ବେଳକୁ ପ୍ରାୟ ଦୁଇ ମାସ ଲାଗିଯିବ ବୋଲି ଜଣାପଡିଛି ।  ଯାହାଫଳରେକି ସତ୍ୟବାଦୀ ବ୍ଳକରେ ଥିବା ଅଙ୍ଗନୱାଡି କେନ୍ଦ୍ର ଗୁଡିକକୁ ଯୋଗାଉଥିବା ମହିଳା ମହାସଂଘ ଅସହାୟ ହୋଇ ପଡିଥିଲା  । ବିଦ୍ୟୁତ ନ ଥିବାରୁ ଛତୁଆ ତିଆରି କରିବା ଆଦି କାର୍ଯ୍ୟ କରି ପାରିନଥିଲେ  । ଶେଷରେ ପୁରୀ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁସାରେ ମିଶନ ଶକ୍ତି ମହାସଂଘ ଡେଲାଙ୍ଗ ସତ୍ୟବାଦୀରେ ସମସ୍ତ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ ଛତୁଆ, ଶୁଖିଲାଖାଦ୍ୟ, ବାଦାମଲଡୁ, ବେସନଲଡୁ ଆଦି ସାମଗ୍ରୀ ଯୋଗାଇ ଦେଇଥିଲା  । ଏହି ଖାଦ୍ୟ ଅଙ୍ଗନୱାଡି କେନ୍ଦ୍ରରେ ପହଞ୍ଚିବା ପରେ ଅଙ୍ଗନୱାଡି କର୍ମୀ ମାନେ ସେମାନଙ୍କ ହିତାଧିକାରୀ ମାନଙ୍କୁ ସେମାନଙ୍କ ସାମଗ୍ରୀ ପ୍ରଦାନ କରିଥିଲେ  । ଏହି ଶୁଖିଲା ଖାଦ୍ୟ ହିତାଧିକାରୀ ମାନେ ନେବା ସମୟରେ ପ୍ୟାକେଟର ମାନ ଗୁଣ ଦେଖି ଆଚାର୍ଯ୍ୟ ହୋଇଯାଇଥିଲେ  । ଛତୁଆ ପ୍ୟାକିଙ୍ଗ ସଠିକ ହେବା ସହ ଓଡିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଶୁଖିଲା ଖାଦ୍ୟ ୬ ମାସରୁ ୩ ବର୍ଷ ଶିଶୁଙ୍କ ପାଇଁ ଏହି ପ୍ୟାକେଟ ଗୁଡିକ ଉଦ୍ଦିଷ୍ଟ ରହିଛି । ଏଥିରେ ସୁଜି-୭୬୦ ଗ୍ରାମ, ବେସନ- ୨୬୦ ଗ୍ରାମ. ଚିନି- ୪୦୦ ଗ୍ରାମ, ତେଲ- ୮୦ ଗ୍ରାମ ରହିଛି ବୋଲି ପ୍ୟାକେଟ ଉପରେ ଲିଖିତ ରହିଛି । ମାତ୍ର ଏହି ସାମଗ୍ରୀ ଗୁଡିକର ମାନ ଗୁଣ ବହୁତ ଭଲ ବୋଲି ହିତାଧିକାରୀ ମାନେ ଅଙ୍ଗନୱାଡି କେନ୍ଦ୍ର ଗୁଡିକରେ କର୍ମୀ ମାନଙ୍କୁ କହିଛନ୍ତି । ସେହିପିର ବାଦାମଲଡୁ ଏଥରକ ପିଲାମାନେ ବହୁ ଖୁସିରେ ଖାଉଛନ୍ତି । ମାତ୍ର ସାକ୍ଷୀଗୋପାଳ ମହିଳା ସଂଘ ଯୋଗାଉଥିବା ବାଦାମଲଡୁ ଗୁଡିକ ଗୁଡରେ ତିଆରି ହେବାସହ ଚୋପାଲଗା, ସେମେଟା, ପୋକରା ଯାହାକି ମଣିଷ ଖାଇବା ଯୋଗ୍ୟ ନଥିଲା  । ବେସନଲଡୁ ଅବସ୍ଥା କହିଲେ ନ ସରେ  । ହିତାଧିକାରୀ ମାନେ ଅଧିକାଂଶ ସମୟରେ ଅଙ୍ଗନୱାଡି କର୍ମୀ ମାନଙ୍କୁ ଦେଖାଇବା ସହ ଅଭିଯୋଗ କରିଛନ୍ତି । ମାତ୍ର କର୍ମୀ ମାନେ ସିଡିପିଓ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ  । ମାତ୍ର ହିତାଧିକାରୀ ମାନେ ଭାବନ୍ତି ସବୁଆଡେ ଏହିପରି ସରକାର ଜିନିଷ ଯୋଗାଉଛନ୍ତି ସେମାନେ କ’ଣ କରିବେ ଭାବିକି ଚୁପ ହୋଇ ରହିଯାଇଥିଲେ  । ଏବେ ଡେଲାଙ୍ଗ ମିଶନ ଶକ୍ତି ମହାସଂଘ ଜିନିଷ ଦେବା ପରେ ହିତାଧିକାରୀ ମାନେ ଏବେ ସଚେତନ ହେବା ସହ ଏହି ଘୋଟଲାର ଫର୍ଦ୍ଦା ଫାସ ହୋଇଛି ବୋଲି ହିତାଧିକାରୀ ମାନେ ଆଲେଚନା କରୁଥିବା ଜଣାପଡିଛି । ସତ୍ୟବାଦୀରେ ମିଶନ ଶକ୍ତି ମହାସଂଘ ଡେଲାଙ୍ଗକୁ ସବୁ ମାସରେ ଛତୁଆ, ଶୁଖିଲାଖାଦ୍ୟ ଓ ବେସନ, ବାଦାମ ଲଡୁ ଯୋଗାଇ ଦେବାପାଇଁ  ଗର୍ଭବତୀ, ପ୍ରସ୍ତୁତି ମହିଳା,  ଶିଶୁଙ୍କ ମା ମାନେ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି । ନଚେତ୍ ସତ୍ୟବାଦୀରେ ଯୋଗାଉଥିବା ଛତୁଆ ମହିଳା ମହାସଂଘ ଡେଲାଙ୍ଗରେ ଦେଉ ଡେଲାଙ୍ଗ ମିଶନ ଶକ୍ତି ମହାସଂଘ ସତ୍ୟବାଦୀରେ ଦେବାପାଇଁ ପୁରୀ ଜିଲ୍ଲାପାଳ ନିର୍ଦ୍ଦେଣ କରିବାକୁ ସତ୍ୟବାଦୀ ବ୍ଳକର ଶହ ଶହ ମା ମାନେ ଆକୁଳ ନିବେଦନ କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତ


Blog Archive

Popular Posts