Breaking News

ବାଲିଗୁଡା ଜାତୀୟ ରାଜପଥ ୫୯ରେ ୫ଫୁଟର ଗାତ

କନ୍ଧମାଳ--- ବାଲିଗୁଡା ୫୯ ଜାତୀୟ ରାଜପଥ ଏହା ବ୍ରହ୍ମପୁର ରୁ ଗୋପାଳପୁର ପର୍ଯ୍ୟନ୍ତ ଯାଇଛି । ଏହି ରାସ୍ତାରେ ପ୍ରତିଦିନ ଶହ ଶହ ଗାଡି ମଟର ଯିବା ଆସିବା କରିଥାଏ  । ଏହି ରାସ୍ତାର ନବୀକରଣ ପାଇଁ ରାଜ୍ୟ ସରକାର ଅର୍ଥ ମିନିଯୋଗ କରିଥିଲେ  । ମାତ୍ର ଠିକାଦାର ଓ ବିଭାଗୀୟ ଅଧିକ୍ାରୀଙ୍କ ମଧୁଚନ୍ଦିକା ଯୋଗୁ ଠିକାଦାର ୨ ବର୍ଷ ହେଲା କାମ ଅଧାରୁ ବନ୍ଦ କରି ଦେଇ ପଳାଇଛି ବୋଲି ଜନସାଧାରଣଙ୍କ ପକ୍ଷରୁ ଅଭିଯୋଗ ମାନ ହୋଉଛି । ରାସ୍ତା ମଝିରେ ଠିକାଦାର କାମ କରିବା ସମୟରେ ପିଚୁ ରାନ୍ଦିବା ପାଇଁ ୫ ଫୁଟ ଗଭୀରର ଏକ ଚୁଲି କରିଥିଲା  ।  ମାତ୍ର ଠିକାଦାର କାମ ଛାଡି ଯିବାପରେ ମଧ୍ୟବି  ସେ ଗାତ ବନ୍ଦ କରି ଯାଇନାହିଁ  । ଯାହା ଫଳରେକି ପ୍ରତିଦିନ ବିଦ୍ୟାଳୟ ଓ କଲେଜ ଯାଉଥିବା ପିଲାମାନେ ସେହି ଗାତରେ ପଡି ଆହତ ହୋଉଥିବା ବେଳେ ଅନେକ ସମୟରେ ଗାଡି ଦୁର୍ଘଟଣା ମାନ ଘଟୁଥିବା ନଜର ରହିଛି ।  ଏହାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ରାସ୍ତାରୋକ କରିବା ପାଇଁ ଜନସାଧାରଣ ସଜବାଜ ହୋଉଥିବା ଜଣାପଡିଛି । ତୁରନ୍ତ ଜିଲ୍ଲା ପ୍ରଶାସନ ଏହି ଅଧାପନ୍ତରା ରାସ୍ତା କାମ ସାରିବା ସହ ରାସ୍ତାରେ ହୋଇଥବା ଗାତକୁ ତୁରନ୍ତ ବନ୍ଦ କରିବା ପାଇଁ ଜନସାଧାରଣରେ ଦାବି ହୋଉଛି । ନଚେତ ଆଗାମୀ ଦିନରେ ଯେଉଁ ଆନ୍ଦୋଳନ ହେବ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି କୁହାଯାଇଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା

Blog Archive

Popular Posts