Breaking News

ଉଡିଲା ଆଜବେଷ୍ଟସ, କଚାଘର ଭାଙ୍ଗିଲା ଗଛ

ବରଗଡ--- ବରଗଡରେ ୫ଟାରୁ ୫.୩୦ ମଧ୍ୟରେ କାଳବୈଶାଖୀ ତାର ତାଣ୍ଡବ ରଚିଥିଲା  । ଯାହାକି ଝଡବତାସ ବୋହିବା ସହ ଘଡଘଡି ବର୍ଷା ସାଙ୍ଗକୁ କୁଆ ପଥର ପଡିଥିଲା  । ଏଥିରେ ବହୁ ସଂଖ୍ୟାର ଆଜବେଷ୍ଟସ ଘର ଓ ନଡା ଛପର ଘର ଭାଙ୍ଗିଯିବା ସହ ବଡ ବଡ ଗଛ ଭାଙ୍ଗି ଯାଇଥିବା ଜଣାପଡିଛି । ବିଦ୍ୟୁତ ଖୁଣ୍ଠ ଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା  । ବିଶେଷ କରି ଅତାବିରା ଏନଏସି ଅଞ୍ଚଳର ୧୨ ୱାର୍ଡ ଦୁର୍ଗାନଜର ପଡାରେ ଅନେକ ଆଜବେଷ୍ଟସ ଘର ଭାଙ୍ଗି ଯିବା ସହ ନଡା ଛପର ଘର ଉଡିଯାଇଥିଲା  । ଦିନ ମଜୁରିଆ ଗରିବ ଲୋକମାନଙ୍କର ଆଖିରୁ ନିଦ ହଜିଯାଇଥିଲା  । ସେମାନଙ୍କର ମୁଣ୍ଡୁ ଗୁଞ୍ଜିବାକୁ କିଛି ନାହିଁ  । ସେମାନେ ପିଲାଛୁଆ ଧରି ଖୋଲା ଆକାଣ ତଳେ ରହିଛନ୍ତି । ତୁରନ୍ତ କାଳବୈଶାଖୀରେ ନଷ୍ଟ ହୋଇଥିବା ବା କ୍ଷତିଗସ୍ତ ପରିବାରଙ୍କୁ ସରକାରୀ ସାହାର୍ଯ୍ୟ ଯୋଗାଇ ଦେବାପାଇଁ ଜନସାଧାରଣରେ ଦାବୀ ହେଉଛି  ।
ବରଗଡରୁ ନବୀନ କୁମାର ଦାଶ

Blog Archive