Breaking News

ଗଛରେ ଝୁଲି ଯୁବକର ଆତ୍ମହତ୍ୟା

ଡେଲାଙ୍ଗ ----  ଡେଲାଙ୍ଗ ଥାନା ଅନ୍ତର୍ଗତ କୁଆପଦା ଗ୍ରାମର ଭୀମସେନ ବଳବନ୍ତରାୟଙ୍କ ସାନପୁଅ ସୁମନ୍ତ ବଳବନ୍ତରାୟ ( ୨୮) ପାରିବାରିକ କଳହରୁ  ଗଛରେ ଝୁଲିପଡି ଆତ୍ମହତ୍ୟା କରିଥିବା ଡେଲାଙ୍ଗ ପୋଲିସ ଠାରୁ ପ୍ରକାଶ  । ସୁମନ୍ତର ଆଉ ଅଳ୍ପ ଦିନ ତଳେ ବିଭାଘର ହୋଇତାନ୍ତା  । ମାତ୍ର ଘରେ ସାମାନ୍ୟ କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା  । ଏଥିରେ ସୁମନ୍ତ ନିଜର ଭାରସାମ୍ୟ ହରାଇ ଘର ନିକଟ  କୁମୁକା ଜଙ୍ଗଲ ପାଖ ବରୁଣେଇ ମନ୍ଦିର ପାଖରେ ଏକ ଲିମ୍ବ ଗଛରେ ରଶିରେ ଝୁଲି ପଡିଥିଲେ । ସ୍ଥାନୀୟ ଲୋକମାନେ ଏହା ଦେଖି ତାଙ୍କୁ ସଙ୍ଗେ ଡେଲାଙ୍ଗ ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ । ସେଠାରେ ତାଙ୍କର ଅବସ୍ଥା ଗୁରୁତର ଦେଖିବା ପରେ ଭୁବନେଶ୍ୱର ସରକାରୀ ଡାକ୍ତରଖାନାକୁ ନେବା ପାଇଁ କହିଥିଲେ  । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ  ।
 ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts