Breaking News

ଫନି ପ୍ରପୀଡ଼ିତଙ୍କ ପାଇଁ ଓଡ଼ିଆ ସମାଜ ଆବୁଧାବି (ଓସା) ପକ୍ଷରୁ ସାହାଯ୍ୟ

ସାକ୍ଷୀଗୋପାଳ - ସାମୁଦ୍ରିକ ବାତ୍ଯା ଫନି ପୁରୀ ଜିଲ୍ଲାରେ ତାଣ୍ଡବ ରଚିଥିଲା । ଏଥିରେ ସତ୍ଯବାଦୀ ବ୍ଳକର ୨୪ଟି ପଞ୍ଚାୟତ କ୍ଷତି ଗସ୍ତ ହୋଇଥିଲା । ଏହା ଜାଣିପାରି ଓଡିଶା ବାସୀଙ୍କ ଏହି ଦୁଖଃ ସମୟରେ ସେମାନଙ୍କ ପାଖରେ ଠିଆ ହେବା ପାଇଁ ତିନି ହଜାର କିଲୋମିଟର ଦୂରରୁ ଧାଇଁ ଆସିଥିଲେ  ଓଡ଼ିଆ ସମାଜ ଆବୁଧାବି (ଓସା) ଅନୁଷ୍ଠାନ । ଆବୁଧାବିରେ ଥାଇ ମଧ୍ୟ ନିଜ ମାତୃଭୂମିର ଦୁଃଖ ଦୁର୍ଦ୍ଦଶା ଭୁଲି ନାହାନ୍ତି । ସୁଖ ରେ ହେଉ କି ଦୁଃଖରେ, ସବୁ ସମୟରେ ଓଡିଶା ପ୍ରତି ତାଙ୍କର ସମ୍ପର୍କ ରେ କେବେବି ଅବହେଳା କରିନାହାନ୍ତି  ।  ଓଡ଼ିଆ ସମାଜ ଆବୁଧାବି (ଓସା) ସଭାପତି ପ୍ରଦୀପ ରଥ ଙ୍କ ନେତୃତ୍ଵରେ ଏକ ଛଅ ଜଣିଆ ପ୍ରତିନିଧିଦଳ ପୁରୀ ଜିଲ୍ଲାର ବିଭିନ୍ନ ଗାଁ କୁ ଗାଁ  ବୁଲି ବାତ୍ଯା ବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇଥିଲେ ।

ସେମାନେ ପ୍ରଥମେ ସାକ୍ଷୀଗୋପାଳ ନିକଟସ୍ଥ ବାଲିସାହି ଓ ତାର ଆଖପାଖ ଗ୍ରାମରେ ବସବାସ କରୁଥିବା ପ୍ରାୟ ଚାରି ଶହ ବିପନ୍ନ ପରିବାର ଙ୍କୁ ଭେଟି ସୁଖ ଦୁଃଖ ବୁଝିଥିଲେ । ବାତ୍ୟା ଫନି ର ଏକ ମାସ ବିତି ଯାଇଥିଲେ ମଧ୍ୟ  ବିଭିନ୍ନ ଗାଁ କୁ ଏପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇପାରିନି । ଓସା ତରଫରୁ ଆଜି ପ୍ରାୟ ଚାରି ଶହ ଗ୍ରାମବାସୀ ମାନଙ୍କୁ  ସୌର ଚାଳିତ ଲଣ୍ଠନ, ଶାଢ଼ି, ଗାମୁଛା, ମଶାରୀ, ନିତ୍ୟ ବ୍ୟବହାର୍ଯ୍ୟ କିଛି ସମାଗ୍ରୀ ବଣ୍ଟନ କରାଯାଇଛି । ପରେ ପରେ ସାକ୍ଷୀଗୋପାଳ ସ୍ଥିତ ଅlଶାକିରଣ ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ । ଏଠି ରହୁଥିବା ଅନ୍ତେବାସୀ ମାନଙ୍କ ସହିତ ଦୁଃଖ ଦୁର୍ଦ୍ଦଶା ପଚାରି ବୁଝିଥିଲେ । ବାତ୍ୟା ଫନି ରେ ଭାଙ୍ଗି ଯାଇଥିବା ଗୃହର ମରାମତି ନିମିତ୍ତ ପଚାଶ ହଜାର ଟଙ୍କା ର ଅର୍ଥ ରାଶି ବୃଦ୍ଧାଶ୍ରମ ର ପରିଚାଳନା କତ୍ତୃପକ୍ଷ ଙ୍କୁ ପ୍ରଦାନ କରିବା ସଙ୍ଗେ ସଙ୍ଗେ ଅନ୍ତେବାସୀ ଙ୍କୁ ସୌର ଚାଳିତ ଲଣ୍ଠନ, ଶାଢ଼ି, ଗାମୁଛା, ମଶାରୀ, ନିତ୍ୟ ବ୍ୟବହାର୍ଯ୍ୟ କିଛି ସମାଗ୍ରୀ ମଧ୍ୟ ବଣ୍ଟନକରିଥିଲେ ।  ଏହି ପ୍ରତିନିଧିଦଳ ଡେଲାଙ୍ଗ ବ୍ଳକସ୍ଥିତ  ଜେନାପୁର ହାଇସ୍କୁଲ ପରିଦର୍ଶନ କରିଥିଲେ । ବାତ୍ୟା ରେ ଭାଙ୍ଗି ଯାଇଥିବା କୋଠରି ସବୁ ବୁଲିଦେଖିଥିଲେ । ଏଠି ହାଇସ୍କୁଲ ଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଛି l ସରକାରୀ ସହାୟତା ଉକ୍ତ ବ୍ଳକ ଗ୍ରାଣ୍ଟ ବିଦ୍ଯାଳୟକୁ ମିଳିବକି ନାହିଁ ବିଦ୍ଯାଳୟର ପ୍ରଧାନ ଶିକ୍ଷକ ସେଠାକୁ ଯାଇଥିବା ଓସାର ପ୍ରତିନିଧି ଦଳଙ୍କୁ କହିଥିଲେ । ଓସା କମିଟି ଶିକ୍ଷା ଗୃହ ପୁନଃନିର୍ମାଣ ପାଇଁ ଯଥାସାଧ୍ୟ ସାହାଯ୍ୟ କରିବା ପାଇଁ ପ୍ରତିଶୃତି ଦେଇଥିବା ଓସା ଅନୁଷ୍ଠାନର ସଭାପତି ଶ୍ରୀ ରଥ ଜଣାଇଛନ୍ତି ।
ଏହି କମିଟିର ଅନ୍ୟ ସଦସ୍ୟ ମାନେ ଥିଲେ  ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ, ସାଂସ୍କୃତିକ ସମ୍ପାଦକ କମଳ ପଣ୍ଡା ଓ କ୍ରୀଡ଼ା ସମ୍ପାଦକ ଅବଦୁଲ ରାଉଫ । ଏମାନଙ୍କୁ ରିଲିଫ୍ ବଣ୍ଟନରେ ସାହାଯ୍ୟ କରିଥିଲେ ସତ୍ଯବାଦୀ ଥାନା ଅଧିକାରୀ ତପନ କୁମାର ରାଉତଙ୍କ ଏକ ଟିମ, ବରୁଣେଇ ଅଗ୍ରଗାମୀ ଯୁବକ ସଂଘ ର ସଭ୍ଯବୃନ୍ଦ ଓ ସ୍ଥାନୀୟ ନିବାସୀ ସୁଧାଂଶୁ ମହାପାତ୍ର, ସାମ୍ବାଦିକ ଧୀରେନ୍ଦ୍ର ସେନାପତି l

ଆମ ମାତୃଭୂମି ଉତ୍କଳର କଳା, ସଂସ୍କୃତି, ସାହିତ୍ୟ, ସଂଗୀତ ଓ ଭାଷା କୁ ବିଦେଶ ମାଟି ରେ ପରିଚିତ କରାଉଥିବା  ଓଡ଼ିଆ ଭାଇ ଓ ଭଉଣୀମାନଙ୍କୁ ନେଇ ଗଠିତ “ ଓଡ଼ିଆ ସମାଜ ଆବୁଧାବି”  (ଓସା ) ।  ଅନୁଷ୍ଠାନ 'ଓସା ' କ୍ଷୁଦ୍ର ପ୍ରୟାସ - ଓଡ଼ିଆ ମୁହଁରେ ହସ"। ଏହା ହେଉଛି ଓସା ର ଏହି ଅଭିଯାନର ମୂଳ ମନ୍ତ୍ର lନିଜର ସମୟ ଓ ସଞ୍ଚିତ ଅର୍ଥ ବିନିଯୋଗ କରି ସୁଦୂର ଆବୁଧାବିରୁ ଆସି ତୃଣମୂଳ ସ୍ତରରେ ସାହାଯ୍ୟ ପହଞ୍ଚାଇ ପାରିଥିବାରୁ  ସେମାନଙ୍କୁ ବିପନ୍ନ ମାନେ କୃତଞ୍ଜତା ଜଣାଇବା ସହ ଓସାର ଏହି  ଉଦ୍ୟମ ପ୍ରଶଂଶନୀୟ  ବୋଲି କହିଛନ୍ତି । ଅନୁଷ୍ଠାନର  ସଭାପତି ପ୍ରଦୀପ କୁମାର ରଥ ଓଡ଼ିଆ ସାମାଜ ଆବୁଧାବିର ସମସ୍ତ ସଦସ୍ୟ ମାନଙ୍କୁ ସହାୟତା ଓ ଅକ୍ଳାନ୍ତ ପରିଶ୍ରମ ପାଇଁ ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି l
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts