Breaking News

ଜଣେ ୱାରେଣ୍ଟି ଗିରଫ

ଡେଲାଙ୍ଗ ----ଡେଲାଙ୍ଗ ଥାନା ଅନ୍ତର୍ଗତ ପଥରଡିହ ଗ୍ରାମର କୁନା ଦାସଙ୍କୁ ଡେଲାଙ୍ଗ ପୋଲିସ ଗିରଫ କରି କୋର୍ଟକୁ ପଠାଇଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ କୁନା ଦାସ ନାମରେ ଡେଲାଙ୍ଗ ଥାନାରେ ୩ ଟି କେସ ରହିଥିବା ବେଳେ ଡେଲାଙ୍ଗ ପୋଲିସକୁ କାର୍ଯ୍ୟରେ ବାଧା ଦେବା ଓ ଆକ୍ରମଣ କରିବା ଅଭିଯୋଗରେ କୁନା ନାମରେ
୧୧୪/୧୯ରେ ଏକ କେସରୁଜ ହୋଇଥିଲା  । ସେଇଦିନ ଠାରୁ କୁନା ଦାସ ପୋଲିସ ଆଖିରେ ଚକମା ଦେଖାଇ ଲୁଚି ଛପି ରହୁଥିଲା  । ପୁରୀ ଏସପିଙ୍କ ନିର୍ଦ୍ଦେଶକ୍ରମେ ପିପିଲି ଏସଡିପିଓ ଦେବଦତ୍ତ ବରାଳ ଓ ଡେଲାଙ୍ଗ ଥାନା ଅଧିକାରି ରଶ୍ମିରଞ୍ଜନ ପଟ୍ଟନାୟକ ଓ ହରିରାଜପୁର ଫାଣ୍ଡି ଅଧିକାରୀ ପ୍ରକାଶ ମଳିକଙ୍କ ସହ ସଦଳବଳେ କୁନାକୁ ଗ୍ରାମ ମୁଣ୍ଡରେ ପୋଲିସ ଗିରଫ କରିବାରେ ସକ୍ଷମ ହୋଇଥିଲେ  । କୋର୍ଟକୁ ପଠାଯାଇଥିଲା ସେଠାରେ ଜାମିନ ନ ମିଳିବାରୁ କୁନାଙ୍କୁ ଜେଲକୁ ପଠାଯାଇଥବା ଡେଲାଙ୍ଗ ପୋଲିସଙ୍କ ଠାରୁ ପ୍ରକାଶ   ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts