ପୁଅ ମରିବାର ୧୧ ଦିନ ପରେ ବି ମା ମନରେ ସନ୍ଦେହ
ସାକ୍ଷୀଗୋପାଳ --- ରୋଜଗାରିଆ ପୁଅକୁ ହରାଇ ମା’ ଆଜିବି ବିଶ୍ୱାସ କରିପାରୁନାହିଁ ଯେ ମୋ ପୁଅ ଆତ୍ମହତ୍ୟା କରିଛି । ମା ଆଖିରୁ ଝରୁଛି ଲୁହ । ସରକାରୀ ଡ୍ୟୂଟି କରୁଥିବା ବେଳେ ନିଜ ବନ୍ଦୁକରୁ ନିଜେ ଗୁଳି ମାରି ଆତ୍ମହତ୍ୟା କରିଥିବା ଖବରକୁ ମା ଆଜିବି ବିଶ୍ୱାସ କରିପାରୁନାହିଁ । ନିଜ ଚାକିରୀକୁ ନେଇ ସେ ବେଶ ଖୁସିବି ଥିଲା । କାରଣ ନୂଆଦିଲ୍ଲୀରୁ ତାର ଓଡିଶାକୁ ବଦଳି ହୋଇଥିବା ତାର ସାଙ୍ଗ ସାଥୀଙ୍କ ସହିତ ନିଜ ଭଉଣୀ ଓ ମାକୁ ଜଣାଇ ଦେଇଥିଲା । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମ ପଞ୍ଚାୟତର ମଠସାହି ଗ୍ରାମର ଅମର କୁମାର ବେହେରା ( ୩୦) ସି. ଆଇ. ଏସ.ଏଫରେ ଜଣେ ସିଫାହି ଭାବରେ ନୂଆଦିଲ୍ଲୀରେ କାର୍ଯ୍ୟରତ ଥିଲେ । ଜୁନ୧ ତାରିଖ ଭୋର ୪.୩୦ରେ ଇନ୍ଧିରା ଗାନ୍ଧୀଭବନ ଠାରେ ଡ୍ୟୁଟି କରୁଥିବା ବେଳେ ନିଜ ବନ୍ଧୁକ ଗୁଳି ଫୁଟାଇ ଆତ୍ମହତ୍ୟା କରିଥିବା ତାଙ୍କ ପରିବାରଙ୍କୁ ଖବର ମିଳିଥିଲା । ଏହା ମଧ୍ୟରେ ଅମରଙ୍କ ମୃତ୍ୟୁ ହେବାର ୧୧ ଦିନ ପରେବି ଅମରଙ୍କ ବିଧବା ମା ରମାମଣି ବେହେରା ଏହି ଘଟଣାକୁ ଟିକେ ମଧ୍ୟ ବିଶ୍ୱାସ କରିପାରୁ ନାହାନ୍ତି । ମରିବାର କେତେ ଘଣ୍ଟା ଆଗରୁ ତା ଭଉଣୀ ସହିତ ଫୋନରେ କଥା ବାର୍ତ୍ତା ହୋଇଥିଲା । ସାବିତ୍ରି ପାଇଁ ୫ ହଜାର ଟଙ୍କା ପଠାଇଥିବା କହିଥିଲା । ଏଣୁ ସେ କ’ଣ ପାଇଁ ଆତ୍ମହତ୍ୟା କଲା ଏହାକୁ ତାଙ୍କ ପରିବାର ଓ ମା ରମାମଣୀ ବିଶ୍ୱାସ କରି ପାରୁନାହାନ୍ତି । ଅମରର ମୃତ୍ୟୁକୁ ନେଇ ତାଙ୍କ ମାଙ୍କ ସହିତ ପରିବାର ଲୋକଙ୍କ ମନରେ ବିଭିନ୍ନ ସନ୍ଦେହ ଜାତ ହୋଇଛି । ଏହି ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରିବା ପାଇଁ ଜଣେ ରୋଜଗାର ପୁତ୍ରକୁ ହରାଇଥିବା ମାର କେନ୍ଦ୍ର ସରକାରଙ୍କ ପାଖରେ ଆକୁଳ ନିବେଦନ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି