Breaking News

ପ୍ରଚାରକ ଅନନ୍ତ ମିଶ୍ରଙ୍କ ସୃ୍ୁତି ଚାରଣ ସଭା

ସାକ୍ଷୀଗୋପାଳ -----  ପ୍ରଚାରକ ଅନନ୍ତ ମିଶ୍ରଙ୍କ ସୃ୍ୁତି ଚାରଣ ସଭା ରବିବାର ଦିନ ପଞ୍ଚସଖା ସୃ୍ତି ପାଠଗାର ପରିସରରେ ଅନୁଷ୍ଠିତ ହୋଇଯାଇଛି  । ପଞ୍ଚସଖାଙ୍କ ପ୍ରତିମୂର୍ତ୍ତିରେ ଅତିଥି ମାନଙ୍କ ଦ୍ୱାରା ମାଲ୍ୟର୍ପଣ କରାଯିବା ପରେ ଜଗନ୍ନାଥଙ୍କ ମୂର୍ତ୍ତିରେ ମାଲ୍ୟର୍ପଣ କରାଯିବା ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା  । ମୁଖ୍ୟ ଅତିଥି ଭାବେ ଡ. ହରିହର ରଥ ଯୋଗଦେଇ ଅନନ୍ତ ମିଶ୍ର ପଞ୍ଚସଖାଙ୍କ ବାର୍ତ୍ତା  ଗ୍ରାମରେ ବସବାସ କରୁଥିବା ଜନସାଧାରଣଙ୍କ ପାଖରେ ପହଞ୍ଚାଇ ପାରୁଥିଲେ ବୋଲି ଶ୍ରୀ ରଥ କହିଥିଲେ  । ଅନୁଷ୍ଠିତ ସଭାରେ ପହ୍ମଶ୍ରୀ ଦେବୀପ୍ରସନ୍ନ ପଟ୍ଟନାୟକ ଉଦ୍ଘାଟନୀ ସଭାରେ ନିଜସ୍ୱ ମତ ରଖିଥିଲେ  । ମୁଖ୍ୟ ବକ୍ତା ଭାବେ କବି ଶଙ୍କର ପରିଡା ଯୋଗଦେଇଥିବା ବେଳେ ଅନ୍ୟତମ ଅତିଥି ଭାବେ  ପ୍ର. ହରିହର ହୋତା, ପ୍ର ଶରତ ଚନ୍ଦ୍ର ।ଥ, ଡ. ଅଭିମନ୍ୟୁ ବରାଳ ପ୍ରମୁଖ ଯୋଗଦେଇଥିଲେ  । ଅନୁଷ୍ଠିତ ସଭାରେ ସଭାପତିତ୍ୱ କରିଥିଲେ ସତ୍ୟବାଦୀ ଦାଶ  । ପରେ ପରେ ଡ, ଦେବୀ ପ୍ରସନ୍ନ ପଟ୍ଟନାୟକ. ହରିହର ମିଶ୍ର, ଡ, ଅଭିମନ୍ୟୁ ବରାଳ, ଡ. ରମେଶ ଚନ୍ଦ୍ର ପତ୍ରୀ,ଡ. ଯୁଗଳ କିଶୋର ଷଡଙ୍ଗୀ, ଡ. ସୁନାମଣି ରାଉତ, ବଟକୃଷ୍ଣ ଓଝା, ବୀରେନ୍ଦ୍ର ମହାନ୍ତି, ଉମେଶ ଚନ୍ଦ୍ର ଦାସ ଓ ଅନିଲ ଚନ୍ଦ୍ର ଦାଶଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅନୁଷ୍ଠାନ ପକ୍ଷରୁ ସମ୍ବଦ୍ଧିତ କରାଯାଇଥିଲା  । ଅପରାହ୍ନରେ ଏକ କବିତା ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏଥିରେ ବିଭିନ୍ନ ଅଞ୍ଚଳରୁ ପ୍ରାୟ ୨୦ ଜଣ କବି କବୟତ୍ରୀ ନିଜ ନିଜ ସ୍ୱରଚିତ କବିତା ପାଠ କରିଥିଲେ  । କବି ମାନଙ୍କୁ ସ୍ୱାଗତ କରିଥିଲେ ବାଳକୃଷ୍ଣ ଜେନା  । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଆଇନଜୀବୀ ଅଞ୍ଜନ କୁମାର ହୋତା  । ଧନ୍ୟବାଦ ଦେଇଥିଲେ ଦିଗମ୍ବର ରଥ  ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts