Breaking News

‍ରାଜ୍ୟରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ: କାହାକୁ ମିଳିଲା କେଉଁ ଦାୟିତ୍ୱ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନବୀନ ପଟ୍ଟନାୟକ । ପ୍ରଥମ ଥର ରାଜଭବନ ବାହାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ଆୟୋଜିତ ହୋଇଥିଲା ଶପଥ ସମାରୋହ । ନବୀନଙ୍କ ସହ  ମନ୍ତ୍ରୀମଣ୍ଡଳ ବି ଆଜି ଶପଥ ନେଇଛି । ୧୧ ଜଣ କ୍ୟାବିନେଟ ମନ୍ତ୍ରୀ ହୋଇଛନ୍ତ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିକ୍ରମ କେଶରୀ ଆରୁଖ, ପ୍ରଫୁଲ୍ଲ ମଲ୍ଲିକ, ନିରଂଜନ ପୂଜାରୀ, ପଦ୍ମନାଭ ବେହେରା, ପ୍ରତାପ ଜେନା, ଅରୁଣ ସାହୁ ,ସୁଦାମ ମାରାଣ୍ଡି.  ସୁଶାନ୍ତ ସିଂ,   ନବକିଶୋର ଦାସ, ଟୁକୁନି ସାହୁ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।
ଏହାସହ ସମୀର ରଞ୍ଜନ ଦାସ, ଅଶୋକ ପଣ୍ଡ. ଦିବ୍ୟଶଙ୍କର ମିଶ୍ର , ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଗନ୍ନାଥ ସାରକା, ପଦ୍ମିନୀ ଦିଆନ, ରଘୁନନ୍ଦନ ଦା. ରଘୁନନ୍ଦନ ଦାସ, ତୁଷାରକାନ୍ତି ବେହେରା ଓ ପ୍ରେମାନନ୍ଦ ନାୟକ ମଧ୍ୟ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟଙ୍କ ଭିତରେ ବିଭାଗ ବଣ୍ଟନ କରିଛନ୍ତି । ଏଥିସହି ନବୀନ ପଟ୍ଟନାୟକ ତାଙ୍କ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଛନ୍ତି । ମନ୍ତ୍ରୀଙ୍କୁ ବିଭିନ୍ନ ଦାୟିତ୍ୱ ବଂଟନ ହୋଇଛି ।
କ୍ୟାବିନେଟ୍ ପାହ୍ୟା
ରଣେନ୍ଦ୍ର ପ୍ରତାପ ସ୍ୱାଇଁ     –   ଖାଦ୍ୟ ଯୋଗାଣ ଓ ସମବାୟ ବିଭାଗ
ବିକ୍ରମ କେଶରୀ ଆରୁଖ  –  ଜଙ୍ଗଲ ଓ ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ
ପ୍ରଫୁଲ୍ଲ ମଲ୍ଲିକ             –  ଖଣି ଇସ୍ପାତ୍, ପୂର୍ତ୍ତ ବିଭାଗ, ଗୃହ ବିଭାଗର ରାଜ୍ୟପାହ୍ୟା ଦାୟିତ୍ୱ
ନିରଂଜନ ପୂଜାରୀ        –  ଅର୍ଥ ଓ ଅବକାରୀ ବିଭାଗ
ପଦ୍ମନାଭ ବେହେରା      – ବାଣିଜ୍ୟ ପରିବହନ ବିଭାଗ
ପ୍ରତାପ ଜେନା             –  ପଂଚାୟତିରାଜ, ଆଇନ ଓ ନଗର ଉନ୍ନୟନ
ଅରୁଣ ସାହୁ               –  କୃଷି, ମତ୍ସ୍ୟ, ପଶୁସମ୍ପଦ ଉଚ୍ଚଶିକ୍ଷା
ସୁଦାମ ମାରାଣ୍ଡି           –  ରାଜସ୍ୱ, ବିପର୍ଯ୍ୟୟ ପ୍ରଶମନ
ସୁଶାନ୍ତ ସିଂ                 –  ଗ୍ରାମ୍ୟ ଉନ୍ନୟନ ଶ୍ରମ ବିଭାଗ
ନବ କିଶୋର ଦାସ       –  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
ଟୁକୁନି ସାହୁ                –  ମହିଳା ଓ ଶିଶୁ ବିକାଶ ବିଭାଗ
ନବୀନ ପଟ୍ଟନାୟକ       –  ଗୃହ , ସାଧାରଣ ପ୍ରଶାସନ ଓ ଅନ୍ୟାନ୍ୟ ବିଭାଗ
ରାଷ୍ଟ୍ରମନ୍ତ୍ରୀ ପାହ୍ୟା
ସମୀର ରଂଜନ ଦାସ            – ସ୍କୁଲ ଓ ଗଣଶିକ୍ଷା ବିଭାଗ
ଅଶୋକ ପଣ୍ଡା                 –  ବିଜ୍ଞାନ ଓ ପ୍ରଯୁକ୍ତି ଭିନ୍ନକ୍ଷମ
ଦିବ୍ୟଶଙ୍କର ମିଶ୍ର               –  ଶକ୍ତି ଓ ଶିଳ୍ପ, ଅଣୁ, କ୍ଷୁଦ୍ର ମଧ୍ୟମ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ        – ପର୍ଯ୍ୟଟନ, ଭାଷା , ସାହିତ୍ୟ ଓ ସସ୍କୃତି
ଜଗନ୍ନାଥ ସାରକା               – ଅନୁସୂଚିତ ଜାତି ଜନଜାତି ବିକାଶ ଓ କଲ୍ୟାଣ ବିଭାଗ
ପଦ୍ମିନୀ ଦିଆନ୍                   – ହସ୍ତତନ୍ତ ବୟନ ଶିଳ୍ପ
ରଘୁନନ୍ଦନ ଦାସ           – ଜଳ ସମ୍ପଦ ଓ ସୂଚନା ଓ ଲୋକ ସମ୍ପର୍କ ବିଭାଗ
ତୁଷାରକାନ୍ତି ବେହେରା          – କ୍ରୀଡ଼ା, ଯୁବ ବ୍ୟାପାର , ସୂଚନା ପ୍ରଯୁକ୍ତି ବିଦ୍ୟା
ପ୍ରେମାନନ୍ଦ ନାୟକ   – ଦକ୍ଷତା ବିକାଶ ଓ ବୈଷୟିକ

ଧୀରେନ୍ଦ୍ର ସେନାପତି

Blog Archive

Popular Posts