ଜାଭିୟର ଇଂରାଜୀ ମିଡିୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ
ଡେଲାଙ୍ଗ---- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ହାଟଡେଲାଙ୍ଗ ଠାରେ ଜାଭିୟର ଇଂରାଜୀ ମିଡିୟମ ବିଦ୍ୟାଳୟର ବାର୍ଷିକ ଉସବ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଡା. ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଶିକ୍ଷା , ସ୍ୱାସ୍ଥ୍ୟ ଓ କ୍ରୀଡା ଏହି ତିନୋଟି ଏକ ଶିଶୁ ପାଇଁ ସମାନ ଅଟେ । ଛୋଟ ପିଲାଙ୍କୁ ଆମେ ଯେପରି ଶିକ୍ଷା ଦେବା ସେ ସେହି ଦିଗରେ ଆଗେଇ ଚାଲିବ ବୋଲି ମତ ପ୍ରକାଶ କରିଥିଲେ । ମୁଖ୍ୟ ବକ୍ତା ଭାବେଜାଭିୟର ବିଦ୍ୟାଳୟର ଆଞ୍ଚଳିକ କୋଅଡିନେଟର ଅବନ୍ତି କୁମାର ସୁତାର । ସମ୍ମାନିତ ଅତିଥି ଭାବେ ଡେଲାଙ୍ଗ ସରକାରି ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମୀନତି ବେହେରା, ପ୍ରାକ୍ତନ ବ୍ଳକ ଶିକ୍ଷା ଅଧିକାରୀ ସଚ୍ଚିଦା ନନ୍ଦ ପ୍ରଧାନ , ରାଜ୍ୟ ବେସରକାରି ବିଦ୍ୟାଳୟର ସଭାପତି ସତ୍ୟ ନାରାୟଣ ମିଶ୍ର ଓ ବିଏସଏନଏଲର ଶ୍ରମିକ ସଂଗଠନର ସଭାପତି ମୁନମୟ ବାହିନିପତି ପ୍ରମୁଖ ଯୋଗଦେଇ ପିଲାମାନଙ୍କୁ ମହାପୁରୁଷଙ୍କ ଆଦର୍ଶକୁ ଅନୁସରଣ କରିବା ପାଇଁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଲୋପାମୁଦ୍ରା ମିଶ୍ର ବାର୍ଷିକ ବିବରଣି ପାଠ କରିଥିଲେ । ବିଦ୍ୟାଳୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଛାତ୍ର ଛାତ୍ରାଙ୍କୁ ଅତିଥି ମାନେ ପୁରଷ୍କାର ପ୍ରଦାନ କରିଥିଲେ । ଅନୁଷ୍ଠିତ ସଭାରେ ଛାୟାକାନ୍ତ ମିଶ୍ର ସଭାପତିତ୍ୱ କରିଥିଲେ । ପମୋଦ ଜେନା, ଦିଲିପ କୁମାର ରାଉତରାୟ, ସୁମିତ୍ର ସାହୁ, ସସ୍ମିତା ମହାରଣା, ଜ୍ୟେତିମୟୀ ଦାସ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି