Breaking News

ବାଇଁଶିବାଡି ଗ୍ରାମରେ ଅଷ୍ଟପ୍ରହରୀ ଓ ନାମସଂକୀର୍ତ୍ତନ

ସାକ୍ଷୀଗୋପାଳ -----ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ବାଇଁଶିବାଡି ଗ୍ରାମର କୋଠଘର ସମ୍ମୁଖରେ ଅଷ୍ଟପ୍ରହରୀ ଓ ନାମସଂକୀର୍ତ୍ତନ  ମାଘମାସ ତ୍ରିବେଣୀ ଅମାବାସ୍ୟ ତିଥିରେ ଆରମ୍ଭ ହୋଇଛି । ରବିବାର ଦିନ ଅଧିବାସ ହୋଇଥିବା ବେଳେ ସେମାବାର ଦିନ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଛି । ମଙ୍ଗଳବାର ଦିନ ନଗର କୀର୍ତ୍ତନ କରାଯାଇ ଶାନ୍ତି ପଣା କରାଯିବ । ପରେ ପରେ ଗ୍ରାମବାସୀ ଓ ଭକ୍ତବୃନ୍ଦ ସମୂହ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି ।  ନୂଆ ବାଗଲପୁର, ବଳପୁର, ଦାସପାଟଣା, ମଳୁଖପାଟଣା, ଓ ବାଇଁଶିବାଡି ଗ୍ରାମର ସଂକୀର୍ତ୍ତନ  ମଣ୍ଡଳୀ ଯୋଗଦେଇଥିଲେ  । ଗ୍ରାମ କୋଠ ପରିଚାଳନା କରିଥିବା ବେଳେ ରମେଶ ଚନ୍ଦ୍ର ପଲେଇ, ସୁରେନ୍ଦ୍ର ନାୟକ, ରବିନ୍ଦ୍ର ନାୟକ, ସନାତନମହାରଣା, ଗଜେନ୍ଦ୍ର ପଲେଇ, ପ୍ରକାଶ ପଲେଇ, କୃର୍ଷ୍ଣଚନ୍ଦ୍ର ନାୟକ, କୁଳମଣୀ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ  । 
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts