Breaking News

ବିଜେଡି ପ୍ରାର୍ଥୀ ସଞ୍ଜୟ ଦାସବର୍ମା ଦୁଆର ଦୁଆର ବୁଲି ଭୋଟ ପ୍ରଚାର କଲେ

 

ସା


କ୍ଷୀଗୋପାଳ---- ସତ୍ୟବାଦୀ ନିର୍ବାଚନ ମଣ୍ଡଳୀର ପେଣ୍ଠପଡା ଗ୍ରାମ ପଞ୍ଚାୟତର ବାସୁକେରା ଓ ଅହମ୍ମଦପୁର ଗ୍ରାମରେ ବିଜେଡି ପ୍ରାର୍ଥୀ ନିଜ ସପକ୍ଷରେ ଭୋଟ ପ୍ରଚାର କରିବା ସହିତ ଯୋଡି ଶଙ୍ଖରେ ଭୋଟ ଦେବାକୁ ଭୋଟର ମାନଙ୍କୁ ନିବେଦନ କରିଥିବା ଦେଖାଯାଇଛି । ତାଙ୍କର ସେହି ଗୋଟିଏ କଥା ଏପରିକି ପଞ୍ଚସଖାଙ୍କ ପବିତ୍ର ଭୂମିର ସେବା ପାଇଁ ମୁଁ ସକଳ୍ପବଦ୍ଧ । ଏହି କାମ କରିବା ପାଇଁ ପିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମତୋ ଏଠାକୁ ପଠାଇଛନ୍ତି । ବହୁ ଦଳ ଆସିବେବହୁ କଥା କହିବେ ମାତ୍ର ଅସମୟରେ ସେମାନଙ୍କର ଦେଖା ନଥିବ । ମାନ୍ୟବର ମୁଖ୍ୟମନ୍ତ୍ରୀ କହନ୍ତି ଯାହା କାମ କରି ଦେଖାଇ ଦେଇଛନ୍ତି ବୋଲି ଶ୍ରୀ ଦାସବର୍ମା କହିଥିଲେ । ଶ୍ରୀ ଦାସବର୍ମା ଗ୍ରାମ ଦାଣ୍ଡରେ ଯିବା ସମୟରେ ଯୁବକ ମାନେ ଫୁଲମାଲ ଦେଇ ସ୍ୱାଗତ କରିବା ସହ ମହିଳା ମାନେ ହୁଳହୁଳି ପକାଇ ସ୍ୱାଗତ କରିଥିବା ଦେଖାଯାଇଥିଲା । ପେଣ୍ଠପଡା ପଞ୍ଚାୟତର ବାସୁକେରା, ଅହମ୍ମଦପୁର ସହିତ ବିଭିନ୍ନ ଗ୍ରାମ ବୁଲିଥିଲେ । ତାଙ୍କ ସହିତ ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ସରପଞ୍ଚ ଚିନ୍ମୟ ରାଉତ, ପୂର୍ବତନ ସରପଞ୍ଚ ଦେବେନ୍ଦ୍ର  ମହାପାତ୍ର, ପଞ୍ଚାୟତ ସଭାପତି ଅନୀଲ କୁମାର ସାହୁ,  ସଂଜୟ ନନ୍ଦ, ନିମାଇଁ ଚରଣ ଦାଶ, ସୁରେଶ ସାହୁ, ଟୁନା ବେହେରା, ସୁଶାନ୍ତ ଭୋଳ,  ସୁରେଶ ସାହୁଙ୍କ ସହିତ ବିଜେଡି ଦଳର ଆଗ ଧାଡିର କର୍ମୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ଶ୍ରୀରାମଚନ୍ଦ୍ରପୁର ଗ୍ରାମରେ ଏକ କର୍ମୀ ବୈଠକରେ ଶ୍ରୀ ଦାସବର୍ମା ଯୋଗ ଦେଇଥିବାର ଜଣାପଡିଛି । 

 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୪---୭,୧୫

Popular Posts