Breaking News

ସତ୍ୟବାଦୀ ବିଧାନସଭା ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ ୍ରହଜାର ହଜାର ସମର୍ଥକଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କଲେ

 

ସାକ୍ଷୀଗୋପାଳ---ସତ୍ୟବାଦୀ ନିବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଓମ ପ୍ରକାଶ ମିଶ୍ର ହଜାର ହଜାର କର୍ମୀ ଓ ସମର୍ଥକଙ୍କୁ ସାଙ୍ଗରେ ଧରି ନିଜର ନାମାଙ୍କନ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସୁଚନାଯୋଗ୍ୟ ଯେ ଷ୍ରୀ ମିଶ୍ର ଜଙ୍କିଆ ଗଡସାହିର ମେଳଣ ପଡିଆରୁ ଠାରୁ ମଟର ସାଇକେଲ ଶୋଭାଯାତ୍ରାରେ ବାହାରି କଣାସ ବଜାର ସ୍ଥିତ କୁଞ୍ଜେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରିବା ସହ ଆର୍ଶିବାଦ ନେଇ  ସିରେଇ , ଯଜ୍ଞାର , ବିଜିପୁର ଛକଦେଇ ଶୁକଳ, ବଧୁବନ, ଅଳଗୁମ, ନୂଆସୋମୋଶ୍ୱରପୁର ଦେଇ ବନପୁର ଛକ ଦେଇ ସାକ୍ଷୀଗୋପିନାଥ ମନ୍ଦିରରେ ପହଞ୍ଚଥିଲେ । ସାକ୍ଷୀଗୋପିନାଥଙ୍କ ଠାରୁ ଆଶିବାଦ ନେଇ ହଜାର ହଜାର କର୍ମୀ, ଶୁଭେଛୁଙ୍କ ସହିତ ସାକ୍ଷୀଗୋପାଳ ବଜାର ପରିକ୍ରମା କରିଥିଲେ । ଡିଜେ ସାଙ୍ଗକୁ, ସାଉଣ୍ଡ, ପଞ୍ଜାବୀ ବାଜା ବଜାଇ ଏହି ଶୋଭାଯାତ୍ରା ଯିବା ସମୟରେ ସାକ୍ଷୀଗୋପାଳ ବଜାର ରାସ୍ତା ଘାଟ ଯାମ ହୋଇଯାଇଥିଲା । ତାଙ୍କ ସହିତ ପୁରୀ ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର , ଜିଲ୍ଲା ପରିଷଦ ସଭ୍ୟ ରତିକାନ୍ତ ମିଶ୍ରଙ୍କ ସହିତ ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟା ପ୍ରମୁଖ ସାମିଲ ହୋଇଥିବାର ଦେଖାଯାଇଥିଲା । ସାକ୍ଷୀଗୋପାଳ ପୋଲିସ ଭିଡ ନିୟନ୍ତ୍ରଣ କରିଥିଲେ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୫/୨୦୨୪---୭,୧୫    Sakhigopal News, 3/5/2024

Popular Posts