ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ମହାସିଙ୍ଗ ଠାରେ ବିଜେଡି ର ସାଙ୍ଗଠନିକ ବୈଠକ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
କନ୍ଧମାଳ --- ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ମହାସିଙ୍ଗ ଠାରେ ବିଜେଡି ର ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଆଗାମୀ ସାଧାରଣ ନିର୍ବାଚନ ରେ ଦଳ ର ସର୍ବଶ୍ରେଷ୍ଠ ପ୍ରଦର୍ଶନ ନେଇ କର୍ମୀ ଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି l କନ୍ଧମାଳ ସାଂସଦ ପ୍ରାଥୀ ଡ଼ଃ ଅଚ୍ୟୁତ ସାମନ୍ତ ଓ ବାଲିଗୁଡା ବିଧାୟକ ପ୍ରାଥୀ ଚକ୍ରମଣୀ କଂହର ଙ୍କୁ ଚାଳିଶି ହଜାର ଭୋଟ ରେ ବିଜୟୀ କରିବାକୁ ଦଳୀୟ କର୍ମୀ ଙ୍କୁ ଆହ୍ୱାନ ଦେଇଛନ୍ତି ଶ୍ରୀ ଦାସ l ଏହି ସାଙ୍ଗଠନିକ ବୈଠକ ରେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ସଂଯୋଜକ ଟୁନା ଦାସ, ପର୍ଯ୍ୟବେକ୍ଷକ ଅଜୟ ମହାରଣା,ବିଜେଡି ବିଧାୟକ ପ୍ରାଥୀ ଚକ୍ରମଣୀ କଂହର,ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ରାଜୀବ ପାତ୍ର ଙ୍କ ସମେତ ଚାରି ଗୋଟି ବ୍ଲକ ର ଜନ ପ୍ରତିନିଧି, ଦଳୀୟ ନେତୃତ୍ୱବୃନ୍ଦ ଉପସ୍ଥିତ ରହିଥିଲେ l ପରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ରେ କୋଟଗଡ଼ ବିଜେପି ବ୍ଲକ ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ଭାଟ୍ଟ ଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ନିଜ ଦଳ ଛାଡି ବିଜେଡି ସାଙ୍ଗଠନିକ ପ୍ରଣବ ପ୍ରକାଶ ଦାସ ଙ୍କ ଉପସ୍ଥିତ ରେ ବିଜେଡି ରେ ସାମିଲ ହୋଇଛନ୍ତି l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୩/୫/୨୦୨୪----୭,୪୫ Sakhigopal News,3/5/2024