Breaking News

ନାମାଙ୍କନ ପତ୍ର ଦାଖଲ କଲେ ବାଲିଗୁଡା ଓ ଜି.ଉଦୟଗିରି ବିଜେପି ବିଧାୟକ ପ୍ରାଥୀ


 କନ୍ଧମାଳ --- ନାମାଙ୍କନ ପତ୍ର ଦାଖଲ କଲେ ବାଲିଗୁଡା ବିଜେପି ବିଧାୟକ ପ୍ରାଥୀ କଳ୍ପନା କଂହର ଓ ଜି.ଉଦୟଗିରି ବିଜେପି ବିଧାୟକ ପ୍ରାଥୀ ମାନ ଗୋବିନ୍ଦ ପ୍ରଧାନ l କନ୍ଧମାଳ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ବିଜେପି ସାଂସଦ ପ୍ରାଥୀ ସୁକାନ୍ତ ପାଣିଗ୍ରାହୀ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ,କନ୍ଧମାଳ ଲୋକସଭା ସଂଯୋଜକ ପଦ୍ମ ଚରଣ ଦାସ ଙ୍କ ଉପସ୍ଥିତ ରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ର ଦୁଇ ପ୍ରାଥୀ l ଏହି ଅବସରରେ ବାଲିଗୁଡା ହନୁମାନ ମନ୍ଦିର ନିକଟ ରୁ  ହଜାର ହଜାର ବିଜେପି କର୍ମୀ, ସମର୍ଥକ ବିରାଟ ଶୋଭାଯାତ୍ରା ରେ ବାହାରି ଥିଲେ l ପରେ ବାଲିଗୁଡା ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ବାଲିଗୁଡା ବିଜେପି ବିଧାୟକ ପ୍ରାଥୀ କଳ୍ପନା କଂହର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ବାଲିଗୁଡା ଆଇଟିଡିଏ କାର୍ଯ୍ୟାଳୟ ଠାରେ ଜି. ଉଦୟଗିରି ବିଧାୟକ ପ୍ରାଥୀ ମାନ ଗୋବିନ୍ଦ ପ୍ରଧାନ ନାମାଙ୍କନ ପତ୍ର ଦାଖଲ କରିଛନ୍ତି l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିକାଶ ଓ ମୌଳିକ ସମସ୍ୟା ର ସମାଧାନ ନେଇ ସାଧାରଣ ନିର୍ବାଚନ ରେ ନିର୍ବାଚନୀ ମୈଦାନ କୁ ଓଲ୍ହାଇବେ କହିଛନ୍ତି ବାଲିଗୁଡା ବିଜେପି ବିଧାୟକ ପ୍ରାଥୀ କଳ୍ପନା କଂହର l ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ କ୍ଷେତ୍ର ରେ ବିକାଶ ନେଇ ଜି.ଉଦୟଗିରି ନିର୍ବାଚନ ମଣ୍ଡଳୀ ରୁ ନିର୍ବାଚନ ଲଢ଼ିବେ କହିଛନ୍ତି ଜି.ଉଦୟଗିରି ବିଧାୟକ ପ୍ରାଥୀ ମାନଗୋବିନ୍ଦ ପ୍ରଧାନ l କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ଙ୍କ ରିପୋର୍ଟ,୩/୫/୨୦୨୪---୭,୪୫ Sakhigopal News,3/5/2024

Blog Archive

Popular Posts