Breaking News

ବିଜେପିର ମିଶିଲେ ବିଜେଡ଼ି ଓ କଂଗ୍ରେସ ନେତା




ଜଟଣୀ----: ଜଟଣୀ ନିର୍ବାଚନମଣ୍ଡଳୀର ବିଜେଡ଼ି ଓ କଂଗ୍ରେସ ନେତା ଦଳ ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି । ଜଟଣୀରେ ବିଜେପିର ଶକ୍ତି ବୃଦ୍ଧି ପାଇଛି । ଜଟଣୀ ବିଧାନସଭା ଆସନର ଆଶାୟୀ ତଥା ବିଜେଡ଼ି ନେତା ଅର୍ଜୁନ ପରିଡ଼ା, ମେଣ୍ଢାଶାଳ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁମିତ୍ରା ସାମନ୍ତରାୟ, ମନୋଜ ସାମନ୍ତରାୟ, ସଂଗ୍ରାମ କେଶରୀ ପ୍ରଧାନ ବିଜେପିରେ ଯୋଗ ଦେଇଛନ୍ତି । ସେହିପରି ଜଟଣୀ ପୈାର ପରିଷଦର ୧୧ ନଂ ୱାର୍ଡର ପୂର୍ବତନ କାଉନସିଲର ତଥା ବିଜେଡ଼ି ନେତା ବେଣୁଧର ମଙ୍ଗରାଜ, କଂଗ୍ରେସ ନେତା ବିନୋଦ ସାବତ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।‌ ଏଥିସହିତ ମେଣ୍ଢାଶାଳ, ହଳଦିଆ, ରଣସିଂହପୁର, କନ୍ତିଆ, ଛତାବର, କଣ୍ଟାବାଡ଼, ଅଙ୍ଗାରପଡ଼ା, ତମାଣ୍ଡୋ ପଞ୍ଚାୟତର ଅନେକ ୱାର୍ଡ ମେମ୍ବର ଓ ପୂର୍ବତନ ୱାର୍ଡ ମେମ୍ବରଙ୍କ ସମେତ ଜଟଣୀ ପୈାର ପରିଷଦର ଅନେକ ନେତା ବିଜେପି ଦଳରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଭୁବନେଶ୍ୱର ସାଂସଦ ଓ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନାଙ୍କ ନେତୃତ୍ୱରେ ସେମାନେ  ଯୋଗ ଦେଇଛନ୍ତି । ନେତାମାନଙ୍କ ଯୋଗଦାନ ଜଟଣୀ ନିର୍ବାଚନମଣ୍ଡଳୀରେ ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବ ବୋଲି ଶ୍ରୀ ବଡ଼ଜେନା କହିଛନ୍ତି । ବୁଧବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ତଥା ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା, ବିଜେପି ନେତା ଡାକ୍ତର ବେହେରାଙ୍କ ସମେତ ଦଳର ଅନ୍ୟ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୨/୫/୨୦୨୪-----୮,୨୦ Sakhigopal News,2/5/2024

Popular Posts