ରାତିରେ ଘରେ ଶୋଇଥିବା ସମୟରେ ଗଡରେଡ ଭାଙ୍ଗି ଲୁଟିନେଲେ ଦୁବୁର୍ତ୍ତ
ସାକ୍ଷୀଗୋପାଳ---- ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ବାଟୁଳିପଡା ଗ୍ରାମରେ ବୁଧବାର ରାତିରେ କିଛି ଦୁବୁର୍ତ୍ତ ମାନେ ଘରେ ପଶି ସୁନା ଅଳଙ୍କାର ଲୁଟି ନେଇଥିବା ସତ୍ୟବାଦୀ ଥାନାରେ ଲିଖିତ ଅଭିଯୋଗ ହୋଇଛି । ସୁଚନାଯୋଗ୍ୟ ଯେ ବାଟୁଳିପଡା ଗ୍ରାମର ସୁଶାନ୍ତ କୁମାର ପ୍ରଧାନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ଯେ ତାଙ୍କ ସାନଭାଇ ଘରେ ନଥିବାର ସୁଯୋଗନେଇ କିଛି ଦୁବୁର୍ତ୍ତ ମାନେ ବୁଧବାର ରାତିରେ ଏହି ଘଟଣା ଘଟାଇଛନ୍ତି । ପରିବାରର ସଦସ୍ୟ ମାନେ ଅନ୍ୟ ଘରେ ଶୋଇପଡିଥିବା ସମୟରେ ଦୁବୁର୍ତ୍ତି ମାନେ ବାହାରପଟୁ ଦୁଆର ବନ୍ଧ କରିଦେଇ ସାନଭାଇର ଘରର କବାଟ ଭାଙ୍ଗିବାସହିତ ସେ ଘରେ ଥିବା ଗଡରେଜ ଭାଙ୍ଗି ସେଥିରୁ ସୁନାଚେନ୨ଟି, ହାର-୧ଟି, କାନଫୁଲ-୧ହଳ, ସୁଦି-୩ଟା, ନାକଫୁଲ-୧ଟି , ଶଙ୍ଖା୪ପଟ, ମଙ୍ଗଳସୁତ୍ର୧ଟି, ରୂପାର ପାଉଜି ୧ହଳ ଚୋରି କରି ନେଇଥିବା ସେ ତାଙ୍କ ଅଭିଯୋଗରେ ଜଣାଇଛନ୍ତି । ଅଭିଯୋଗ ପାଇବା ପରେ ସତ୍ୟବାଦୀ ଥାନା ଅଧିକାରୀ ଉମେଶ କୁମାର ସାହୁ ଙ୍କ ତତ୍ୱବଧାନରେ ଅନୁସନ୍ଦାନ ଜାରି ରହିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୪--୭,୧୦ Sakhigopal News,2/5/2024