>>
  • ଗାଁ କୁ ଫେରିଛି ସୁରଥ ର "ସୂତାକଳ" - ବିଞ୍ଚଣା ଗାଁର ଦୁଇଭାଇଙ୍କ ନିଆରା ପ୍ରୟାସ , ସରକାରଙ୍କ ସହଯୋଗକୁ ଅପେକ୍ଷା
  • >>
  • ବିଧାନସଭା ଷ୍ଟାଣ୍ଡିଂ କମିଟିର ଭଞ୍ଜନଗର ଗସ୍ତ, ଭିତ୍ତିଭୂମି ପରଖିଲେ
  • >>
  • ଘୁମୁସର ଗବେଷଣା ପ୍ରତିଷ୍ଠାନର ପଞ୍ଚମ ବାର୍ଷିକ ସମ୍ମିଳନୀ
  • >>
  • ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ପାଇଁ ଯୁବ ଓ ଛାତ୍ର କଂଗେସ ନେତା ଙ୍କୁ ଗିରଫ
  • >>
  • ସାକ୍ଷୀଗୋପାଳ ଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ ; କେନ୍ଦ୍ର କୃଷିମନ୍ତ୍ରୀ ‌ ଓ ମୁଖ୍ୟମନ୍ତ୍ରୀ ଉଦଘାଟନ କଲେ
  • ଅଂଶୁଘାତ ରେ ବୃଦ୍ଧ ଙ୍କର ମୃତ୍ୟୁ ଅଭିଯୋଗ, ତୁରନ୍ତ ସରକାରୀ ସାହାଯ୍ୟ ପାଇଁ ଦାବି



      ନୟାଗଡ --- ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ବ୍ଲକ୍ ଅନ୍ତର୍ଗତ ରୟତିଢୋଲମରା ଗ୍ରାମପଞ୍ଚାୟତ ଅଧୀନ ମଇଁଶିବିନ୍ଧା ଗ୍ରାମ ର ୮୬ ବର୍ଷୀୟ କାଶୀନାଥ ବେହେରାଙ୍କର  ଅଂଶୁଘାତ ରେ ମୃତ୍ୟ ହୋଇଥିବା ପରିବାର ବର୍ଗ ଓ ଗ୍ରାମବାସୀ ମାନେ ଦାବି କରିଛନ୍ତି। ବୃଦ୍ଧ ବ୍ୟକ୍ତି ଜଣକ ମଙ୍ଗଳବାର ସକାଳ ପ୍ରାୟ ୭ଟା ସମୟ ରେ ଘରୁ ବାହାରି କୌଣସି ଏକ କାର୍ଯ୍ୟ ରେ ନିକଟସ୍ଥ ରୟତି ଢୋଲମରା କୁ ଯାଇଥିଲେ। ସେଠାରୁ କାର୍ଯ୍ୟସାରି ନିଜ ଗାଁକୁ ଫେରୁଥିବା ସମୟରେ ପ୍ରଚଣ୍ଡ ରୌଦ୍ରତାପ କୁ ସହ୍ୟ କରି ନପାରି ଗ୍ରାମ ନିକଟସ୍ଥ ଆରାଧ୍ୟ ଦେବୀ ମା ବ୍ରାହ୍ମଣୀଦେବୀ ନିକଟ ରେ ରାସ୍ତା ପାର୍ଶ୍ଵସ୍ଥ ଏକ ଛୋଟ ଆମ୍ବ ଗଛ ମୂଳରେ ଆଶ୍ରୟ ନେଇ ଥିଲେ । ଏହି ସମୟରେ ରାସ୍ତା କଡ଼ ଏକ ବିଲ ତଳକୁ ଟଳି ପଡ଼ିଥିବା ଗ୍ରାମବାସୀ ଙ୍କ ସୂତ୍ର ରୁ ଜଣା ପଡ଼ିଛି। ସ୍ଥାନୀୟ ବାସିନ୍ଦା ଙ୍କ ଠାରୁ ଖବର ପାଇ ପରିବାର ବର୍ଗ ଅପରାହ୍ନରେ ଘଟଣାସ୍ଥଳ ରେ ପହଞ୍ଚିଥିଲେ । ମୃତ ବୃଦ୍ଧ ବ୍ୟକ୍ତି ଙ୍କ ଶରୀର ସୂର୍ଯ୍ୟ ଙ୍କର ଅଗ୍ନିତାପ ରେ ପୋଡ଼ି ଯାଇଥିବାର ଦେଖା ଯାଇଛି।। ବୃଦ୍ଧ ଙ୍କର ମୃତ୍ୟୁ ଅଂଶୁଘାତ ଜନିତ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକପ୍ରକାଶ ପାଇଛି । ମୃତ ବ୍ୟକ୍ତି ଙ୍କ ଶୋକ ସନ୍ତପ୍ତ ପରିବାରବର୍ଗ ଙ୍କୁ ଆନୁସଙ୍ଗିକ ସମସ୍ତ ସରକାରୀ ସହାୟତା ରାଶି ଯୋଗାଇ ଦେବାକୁ ଗ୍ରାମବାସୀ ଓ ପାରିବାରବର୍ଗ ଦାବି କରିଛନ୍ତି ।ଚଳିତବର୍ଷ ଖଣ୍ଡପଡ଼ା ବ୍ଲକ୍ ଅଞ୍ଚଳ ରେ ଏହା ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଘଟଣା ବୋଲି ଜଣାପଡ଼ିଛି। ତେବେ ଅଂଶୁଘାତ ଜନିତ ମୃତ୍ୟୁ ସମ୍ପର୍କରେ ପ୍ରଶାସନିକ ଅଧିକାରୀ ମାନଙ୍କ ନିକଟ ରେ ସେଭଳି କୌଣସି ଖବର ନଥିବା ଜଣା ପଡ଼ିଛି। ନୟାଗଡ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨/୫/୨୦୨୪---୮,୩୫ Sakhigopal News,2/5/2024

    Blog Archive

    Popular Posts