ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷର ସ୍ଥାନୀୟ କରଣ ଉପରେ ତାଲିମ ପ୍ରଦାନ
ଆଜି ଜଟଣୀ ବ୍ଲକର ସଭା ଗୃହରେ ଦୀର୍ଘ ସ୍ଥାୟୀ ବିକାଶ ଲକ୍ଷର ସ୍ଥାନୀୟ କରଣ ଉପରେ ଏକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ପାଞ୍ଚଟି ପଞ୍ଚାୟତ ଜାମୁକୋଳି,ହରିପୁର, ମଦନପୁର, ଯାଆଁଳା , କନ୍ତିଆ ପାଇଁ ତାଲିମ ଦିଆଯାଇଥିଲା । ଏହି ସବୁ ପଞ୍ଚାୟତର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ, ସ୍ୱାସ୍ଥ୍ୟ କର୍ମୀ ଏବଂ ଅନ୍ୟ ବିଭାଗର ଷାଠିଏ ଜଣ କର୍ମଚାରୀ ଅଂଶଗ୍ରହଣ କରିଥିଲେ |
ଦାରିଦ୍ର ମୁକ୍ତ ଉନ୍ନତ ପଞ୍ଚାୟତ ଗଠନ ତଥା ଗ୍ରାମ ପଞ୍ଚାୟତର ନିଜସ୍ୱ ସମ୍ବଳ କିଭଳି ବୃଦ୍ଧି ପାଇ ପାରିବ ସେ ନେଇ ତାଲିମ ପ୍ରଦାନ କରାଯାଇଛି । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ ,୧/୮/୨୦୨୩---୮,୧୦ Sakhigopal News,1/8/2023