Breaking News

ଏସବିଆଇ ବ୍ଯାଙ୍କ ପକ୍ଷରୁ ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ

 
ବରଗଡ - ବରଗଡ ଜିଲ୍ଲା ଅତାବିରା ବ୍ଲକ  କାଦୋଵାହାଲ ଏସ ଵି ଆଇ ବ୍ୟାଙ୍କ ତରଫରୁ ଆଫ୍ରିକା ର ଉଚ୍ଚତମ ଶୃଙ୍ଗ କିଲିମାଞ୍ଜାରୋ ସଫଳତା ର ସହ ଆରୋହଣ କରି ଦେଶ ପାଇଁ  ଗୌରବ ଆଣିଥିବା ଆନ୍ତର୍ଜାତିକ ପର୍ବତରୋହୀ ଆଶୀର୍ବାଦ ମହାପାତ୍ରଙ୍କୁ ସମ୍ମାନିତ କରାଯାଇଛି l ଏହି ଅବସରରେ ବ୍ୟାଙ୍କ ମ୍ୟାନେଜେର ଶ୍ରୀ ପ୍ରଣବ ରଞ୍ଜନ ପଧାନ ଏବଂ ଅନ୍ୟ ବ୍ୟାଙ୍କ କର୍ମଚାରୀ ବୃନ୍ଦ ଯୋଗଦାନ ଦେଇଥିଲେ l ସୁଜିତ କୁମାର ସିଂହ,ଲକ୍ଷ୍ମଣ ପଧାନ, ଅମିତ କୁମାର ଦାସ, କୃଷ୍ଣ ଚନ୍ଦ୍ର ସାହୁ, ତ୍ରିଲୋଚନ ମେହେର ଅନ୍ୟାନ୍ୟ ଭଦ୍ରବ୍ୟକ୍ତି ଉପସ୍ଥିତ ଥିଲେ l ପରିଶେଷରେ ସମସ୍ତେ ଶ୍ରୀ ମହାପାତ୍ରଙ୍କୁ ତାଙ୍କ ଆଗାମୀ ଭବିଷ୍ୟତ ପାଇଁ ମା ସମଲେଇ ଙ୍କ ପାଖରେ କାମନା କରିଥିଲେ l ବରଗଡ଼ ରୁ ଭବାନୀ ଶଙ୍କର ପାଢ଼ୀ ଙ୍କ ରିପୋର୍ଟ,୩/୯/୨୦୨୫---୭,୨୫ Sakhigopal News,3/9/2025

Blog Archive

Popular Posts