ଗବକୁଣ୍ଡ ଠାରୁ ଗୁଆଳିଗୋରଡା ପର୍ଯ୍ୟନ୍ତ ୬ କିମି କେନାଲ ବନ୍ଧ ରାସ୍ତା ମରଣଯନ୍ତା ପାଲଟିଛି
ସାକ୍ଷୀଗୋପାଳ --- ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ଗବକୁଣ୍ଡ ଠାରୁ ଗୁଆଳିଗୋରଡା ପର୍ଯ୍ୟନ୍ତ ୬ କିମି କେନାଲ ରାସ୍ତା ମରଣଯନ୍ତା ପାଲଟିଛି । ଏହି ରାସ୍ତା ପ୍ରତି ରାଜନେତାଙ୍କ ଠାରୁ ଆରମ୍ଭ କରି ଜଳସଂପଦ ବିଭାଗ ପକ୍ଷରୁ କାହାର ନଜର ନାହିଁ ବୋଲି ସ୍ଥାନୀୟ ଜନସାଧାରଣ ଅଭିଯୋଗ କରିଛନ୍ତି । ଅନ୍ୟ ପକ୍ଷରେ ଡବଲ ଇଞ୍ଜିନି ସରକାରଙ୍କ ସମୟରେ ରାସ୍ତା ଅବସ୍ଥା ଏପରି । ଗୋଟିଏ ପଟେ ସରକାର ଅର୍ଥ ଅଭାବ ନାହିଁ କହୁଥିବା ବେଳେ ଜଳସମ୍ପଦ ବିଭାଗ ଅଧିକାରୀ ମାନେ କହୁଛନ୍ତି ଅର୍ଥ ନାହିଁ। ଏବେ କାହା କଥାସତ । ଯଦି ସରକାର ଅର୍ଥର ଅଭାବ ନାହିଁ ତା ହେଲେ ଅଧିକାରୀ ମାନଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରୁନାହାନ୍ତି କାହିଁକି ବୋଲି ଜଣସାଧାରଣଙ୍କ ମନରେ ପ୍ରଶ୍ନ ଉଠିଛି।
ଉକ୍ତ ରାସ୍ତଟିଳ କଳାପାହାଡ଼ ଠାରୁ ବିଦ୍ଯାଧରପୁର ଦେଢ କିମି ରାସ୍ତା ଡବଲ ଚଉଡା ରାସ୍ତା କରାଯାଇ ଥିଲା ବେଳେ ଅବଶିଷ୍ଟ ୪ ,୧/୨ କିମି ରାସ୍ତା ଅବହେଳିତ ହୋଇ ପଡି ରହିଛି । ଚନ୍ଦନପୁର ବ୍ରାଞ୍ଚ କେନାଲଟି ନିମାପଡ଼ା ଜଳସଂପଦ ବିଭାଗ ଅଧିନରେ ରହିଛି । ନିମାପଡ଼ା ନିର୍ବାହୀ ଯନ୍ତ୍ରୀ ବଳଙ୍ଗା ଉପଖଣ୍ଡ ଅଧିକାରୀ ଙ୍କୁ ଯେତେ ଜଣାଇଲେ ସୁଦ୍ଧା ବିଭାଗୀୟ ଅଧିକାରୀ କହୁଛନ୍ତି ଉକ୍ତ ରାସ୍ତା ପାଇଁ ସରକାରୀ ଅର୍ଥ ମଞ୍ଜୁର କରାଯାଇ ନାହିଁ । ଯେବେ ଅର୍ଥ ମଞ୍ଜୁର ହେବ ସେତେବେଳେ କାମ କରାଯିବ ବୋଲି କହୁଛନ୍ତି । ଉକ୍ତ ରାସ୍ତା ସାରା ଖାଲଖମା, ଗୋଡି ଉଠି ଗଲାଣି ତ କେଉଁଠି କଂକ୍ରିଟ ରାସ୍ତା ଦୁଇଫାଳ ହୋଇ ଫାଟି ଗଲାଣି । କେବେ ଅର୍ଥ ମଞ୍ଜୁର ହେବ ରାସ୍ତା ମରାମତି ହବ ଲୋକମାନେ ଉପକ୍ରୁତ ହେବେ ତାହା ଆକାଶ କଇଁଆ ଚିଲିକା ମାଛ ବୋଲି ଲୋକମାନେ କହୁଛନ୍ତି । ଏହି ବାଟରେ ଦୈନିକ ଶହଶହ ବାଇକ , ଅଟୋ , କାର , ଲକ୍ଷ୍ମୀବସ , ଟ୍ରକ ଆଦି ଯାତାୟାତ କରୁଥିବା ବେଳେ ସ୍କୁଲ କଲେଜ ଛାତ୍ରଛାତ୍ରୀ , ବ୍ଯବସାୟୀ ଓ ସାଧାରଣ ଲୋକମାନଙ୍କର ଦୈନନ୍ଦିନ ଯାତାୟାତ କରିବାର ମୁଖ୍ଯ ରାସ୍ତା । ରାସ୍ତାର ଦୁରାବସ୍ଥା ସଂପର୍କରେ ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର କହନ୍ତି ଗତ ପଞ୍ଚାୟତ ସମିତି ବୈଠକରେ ଉକ୍ତ ରାସ୍ତା ସଂପର୍କରେ ଆଲୋଚନା କରାଯାଇଛି । ବିଧାୟକ ଘୋଷଣା କରି କହିଛନ୍ତି ଉକ୍ତ ରାସ୍ତାକୁ ଜଳସଂପଦ ବିଭାଗ ପାଖରୁ ଅଣାଯାଇ ପୂର୍ତ୍ତ ବିଭାଗ ଦ୍ବାରା ରାସ୍ତା ନିର୍ମାଣ କରାଯିବ । ସେହିପରି ବିଦ୍ଯାଧରପୁର ସରପଞ୍ଚ କହନ୍ତି ବଳଙ୍ଗା ଜଳସଂପଦ ବିଭାଗ ଉପଖଣ୍ଡ ଅଧିକାରୀଙ୍କୁ ଜଣାଇ ଥିଲୁ । ହେଲେ ସେ କହିଲେ ଉକ୍ତ ରାସ୍ତାକୁ ମରାମତି କରିବା ପାଇଁ ସରକାରୀ ଅର୍ଥ ମଞ୍ଜୁର କରାଯାଇ ନାହିଁ , ଅର୍ଥ ମଞ୍ଜୁର ହେଲେ କରାଯିବ । ରାୟ ଖଣ୍ଡି ସରପଞ୍ଚ ସତ୍ଯ ନାରାୟଣ ନାୟକ କହନ୍ତି ଗବକୁଣ୍ଡ ଠାରୁ କଳାପାହାଡ଼ ପର୍ଯ୍ୟନ୍ତ ରାସ୍ତାର ଢଳେଇ ଫାଟି ଆଁ କରିଛି । କେତେବେଳେ କିଛି ଅଘଟଣ ନ ଘଟିବ କହି ହେଉନାହିଁ । ଆମ ଦୁଖ ବୁଝିବାକୁ କେହି ନାହାଁନ୍ତି ବୋଲି କ୍ଷୋଭ ପ୍ରକାଶ କରିଥିଲେ । ଏହି ବାଟଦେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତା ମାନେ ଯିବାଆସିବା କରୁଥିଲେ ମଧ୍ଯ କାହାରି ନଜର ପଡୁନାହିଁ ବୋଲି ସାଗର ବେହେରା , ହରି ବନ୍ଧୁ ପରିଡା , ଚୈତନ୍ୟ ମିଶ୍ର ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଗଣମାଧ୍ୟମରେ ଉକ୍ତ ରାସ୍ତାକୁ ନେଇ ବାରମ୍ବାର ଖବର ପ୍ରସାରଣ ହେବାପରେ ମଧ୍ଯ ପ୍ରଶାସନର ନିଦ ଭାଙ୍ଗୁନାହିଁ । ଜଳସଂପଦ ବିଭାଗ କରୁ ବା ପୁର୍ଣ୍ଣ ବିଭାଗ କରୁ ଯେତେ ଶୀଘ୍ର ସମ୍ଭବ ଏହି ରାସ୍ତାକୁ ପ୍ରଶସ୍ଥ କରି ନିର୍ମାଣ କରାଯାଉ ଓ ଲୋକମାନେ ଅସୁବିଧାରୁ ମୁକୁଳନ୍ତୁ । ଲୋକଙ୍କ ସରକାର କହୁଥିବା ସରକାର ଏହି ରାସ୍ତା ପ୍ରତି ଦ୍ରୁଷ୍ଟି ଦେବାକୁ ସ୍ଥାନୀୟ ଜନସାଧାରଣଙ୍କ ପକ୍ଷରୁ ଦାବି କରାଯାଇଛି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୯/୨୦୨୫---୭,୪୫ Sakhigopal News,3/9/2025