ଗୁରୁ ହିଁ ସମାଜ ସମୃଦ୍ଧି ନୌକାର ଶ୍ରେଷ୍ଠ ମଙ୍ଗୁଆଳ
ଡେଲାଙ୍ଗ - ଗୁରୁମାନେ ହିଁ ସମାଜ ସମୃଦ୍ଧି ନୌକାର ଶ୍ରେଷ୍ଠ ଵାହାକ ଓ ଶ୍ରେଷ୍ଠ ମଙ୍ଗୁଆଳ ଓ ତାଙ୍କ ବ୍ୟତୀତ ସମାଜ ଦିଶାହରା । ଗୋଡିପୁଟମାଟିଆପଡା ଗ୍ରାମ ପଞ୍ଚାୟତ ଅଧୀନ ଗୋଦାସାହି ପ୍ରାଥମିକ ବିଦ୍ୟାଳୟର ଆଦର୍ଶ ପ୍ରଧାନ ଶିକ୍ଷକ ଗୋପାଳ ଚନ୍ଦ୍ର ମହାପାତ୍ରଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥିମାନେ ଅଭିହିତ କରିଛନ୍ତି।ବିଦ୍ୟାଳୟ ପରିସରରେ ଆୟୋଜିତ ଏହି ଉତ୍ସାହପୂର୍ଣ୍ଣ ଉତ୍ସବରେ ଶିକ୍ଷାବିତ୍ ପ୍ରହଲ୍ଲାଦ ସ୍ଵାଇଁ ସଭାପତିତ୍ବ କରିଥିଲେ । ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଅବସରକାଳୀନ ସମ୍ବର୍ଦ୍ଧନା ଉତ୍ସବରେ ଅତିଥି ଓ ବକ୍ତା ଭାବେ ଡେ଼ଲାଙ୍ଗ ମଣ୍ଡଳ ଅଧ୍ୟକ୍ଷା ବାସନ୍ତୀ ସାହୁ,ଉପାଧ୍ୟକ୍ଷ ଦୁର୍ବାସା ନିଶଙ୍କ, ଶିଶୁ ସାହିତ୍ୟିକ ବିରେନ୍ଦ୍ର ମହାନ୍ତି, ପ୍ରକୃତି ମିତ୍ର ଆଦର୍ଶ ଶିକ୍ଷକ ପ୍ରଶାନ୍ତ ମଙ୍ଗରାଜ, ପ୍ରାକ୍ତନ ଜିଲ୍ଲା ପରିଷଦ ମଳୟ ମହାନ୍ତି,ପୂର୍ବତନ ମଣ୍ଡଳ ଶିକ୍ଷା ଅଧିକାରୀ ସଚିଦାନନ୍ଦ ପ୍ରଧାନ, ଯୁଧିଷ୍ଠିର ପରିଡ଼ା, ପିପିଲିର ପୂର୍ବତନ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ପରିଡ଼ା ,ଡେ଼ଲାଙ୍ଗର ସହ ଶିକ୍ଷା ଅଧିକାରୀ ସୁଷମା ଦାଶ, ସଞ୍ଜୁକ୍ତା ମିଶ୍ର, ପ୍ରାକ୍ତନ ଶିକ୍ଷା ଅନୁନୀରିକ୍ଷକ ହରିହର ସାହୁ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ମିନତୀ ପଟ୍ଟନାୟକ, ଶିକ୍ଷାବିତ୍ ରମେଶ ରାଉତରାୟ, ସତ୍ୟବାଦୀର ସହ ଶିକ୍ଷା ଅଧିକାରୀ ଏବିଇଓ ଛାଟୋଇ ମୋତିଲାଲ ରାୟ ,ଅବସରପ୍ରାପ୍ତ ସହ ଶିକ୍ଷା ଅଧିକାରୀ ଶ୍ୟାମସୁନ୍ଦର ଦାସ,ଗୋସଦାସାହି ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଚନ୍ଦ୍ରଭାନୁ ସାହୁ, ଶିକ୍ଷାବିତ୍ ତଥା ସୁସାହିତ୍ୟିକ ସନ୍ତୋଷ ମହାନ୍ତି, ନିରଞ୍ଜନ ସାହୁ,ଅନନ୍ତ ସାହୁ,ପ୍ରଧାନଶିକ୍ଷକ କବି ସନ୍ତୋଷ ମିଶ୍ର, ସମାଜ ସେବୀ ପ୍ରଦୀପ ଜେନା, ଲକ୍ଷ୍ମୀ ନାରାୟଣ ପାଠୀ, ଆଧ୍ୟାତ୍ମିକବାଦୀ ଧାଡୁବନ୍ଧୁ ଲେଙ୍କା ପ୍ରମୁଖ ଯୋଗଦେଇ ଗୁରୁ ଗୋପାଳଙ୍କ ବହୁମୁଖୀ ପ୍ରତିଭାର ଅବତରଣ କରି ଗୁରୁ ମାନେ ହିଁ ସମାଜ ସମୃଦ୍ଧି ନୌକାର ଶ୍ରେଷ୍ଠ ମଙ୍ଗୁଆଳ ଓ ପ୍ରଗତି ଧାରାର ପ୍ରମୁଖ କର୍ଣ୍ଣଧାର ବୋଲି ମତବ୍ୟକ୍ତ କରିଛନ୍ତି। ପୂର୍ବତନ ଶିକ୍ଷକ ନେତା ପ୍ରମୋଦ ମିଶ୍ର , ଡେ଼ଲାଙ୍ଗ ବ୍ଲକ୍ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଦିଗମ୍ବର ରଥ , ଶିକ୍ଷକ ନେତା ସୂର୍ଯ୍ୟ ନାରାୟଣ ସେଠୀ, ସୁରେନ୍ଦ୍ର ନାୟକ,ସମ୍ପାଦକ ପ୍ରଶାନ୍ତ ଦାସ,ପବିତ୍ର ଜେନା, ଅଭିମନ୍ୟୁ ପ୍ରଧାନ,ପ୍ରଧାନ ଶିକ୍ଷକ ଗଙ୍ଗାଧର ମଲ୍ଲିକ ପ୍ରମୁଖ ତାଙ୍କର ସଂଘୀୟ ଓ ସାମଗ୍ରିକ ଦକ୍ଷତାକୁ ଦୋହରାଇ ମାନପତ୍ର ସହ ସମ୍ବର୍ଦ୍ଧିତ କରିଥିଲେ । ଏହି ଅବସରରେ ଚଳିତ ବର୍ଷ ଡେଲାଙ୍ଗ ବ୍ଲକ୍ ଦଶମ ବୋର୍ଡ ପରୀକ୍ଷାର ମେଧା ଛାତ୍ରୀ ନୀଳିମା ପୃଷ୍ଟି ଓ ସୁନୀତା ବରାଳ ସହ ଶିକ୍ଷକ ସୂର୍ଯ୍ୟକାନ୍ତ ନାୟକ ଓ ଉତ୍ତମ ପାଚିକା ଭାବେ ଗଡବେଗୁନିଆପଡା ବିଦ୍ୟାଳୟର ଗାୟତ୍ରୀ ରଣାଙ୍କୁ ବିଦ୍ୟାଳୟ ତରଫରୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା ।ଶିକ୍ଷକ ଅଭୟ ଚରଣ ସାହୁ ଆବେଗପୂର୍ଣ୍ଣ କବିତା ମାଧ୍ୟମରେ ଶ୍ରୀ ମହାପାତ୍ରଙ୍କ ଗୁଣ ଗାନ ସହ ତତ୍କାଳୀନ ଅତୀତ ସ୍ମୃତି ଅନୁଭୂତି ବର୍ଣ୍ଣନା କରିଥିଲେ । ପ୍ରଧାନ ଶିକ୍ଷକ ମଙ୍ଗୁଳି ପରିଡ଼ା ଅତିଥି ପରିଚୟ ଦେଇଥିଲେ ।ସୁଶିଶୁ ସାହିତ୍ୟିକା ଶିକ୍ଷୟିତ୍ରୀ ଲକ୍ଷ୍ମୀପ୍ରିୟା ଦାଶ ଓ ସହକାରୀ ଶିକ୍ଷକ ଗଣେଶ ବେହେରା ମଞ୍ଚର ସୁନ୍ଦର ସୁସଂଯୋଜନା କରିଥିଲେ। ଶିକ୍ଷାବିତ୍ ଦୁର୍ଯୋଧନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଅତିଥି ମାନଙ୍କ ଦ୍ବାରା"ବୁଦ୍ଧଶୀଳା" ପୁସ୍ତକ ଉନ୍ମୋଚିତ ହୋଇଥିଲା।ବିଦାୟୀ ଶିକ୍ଷକ ଶ୍ରୀ ମହାପାତ୍ରଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ଶିକ୍ଷକ ଅଶୋକ ପ୍ରଧାନ ,ବୁଦ୍ଧୀଜୀବୀ ସନ୍ତୋଷ ବେହେରା,କେଶବ ଜେନା ଗ୍ରାମବାସୀ ଓ ପୂରାତନ ଛାତ୍ରମାନେ ଏଥିରେ ସହଯୋଗ କରିଥିଲେ ।ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ ବିଶ୍ବାଳ,ଗାନ୍ଧୀ ତତ୍ତ୍ଵ ପ୍ରଚାରକ ସମାଜ ସେବୀ ଅନାମ ମଲ୍ଲିକ, ସିଆରସିସି କ୍ଷେତ୍ରବାସୀ ଆଳୁକ,ସାମ୍ବାଦିକ ନିଳାମ୍ବର ମିଶ୍ର, ପ୍ରଧାନ ଶିକ୍ଷକ ରମେଶ ଦାଶ, ଅମରେନ୍ଦ୍ର ମଙ୍ଗରାଜ,ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ବଳିୟାର ସିଂହ,ଆଦିକନ୍ଦ ମିଶ୍ର,ନରେନ୍ଦ୍ର ଜେନା, ଚନ୍ଦ୍ର ଶେଖର ରାୟ,ସୁବାସ ଦାଶ , ଶତୃଘ୍ନ ପ୍ରଧାନ,ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ଅଞ୍ଜନା ଖୁଣ୍ଟିଆ, କ୍ଷିରୋଦିନୀ ଶତପଥୀ,ବାସନ୍ତୀ ସାହୁ, କଳ୍ପନା ସାହୁ,ବେବୀ ପଟ୍ଟନାୟକ, ସବିତା ରଥ ,ପ୍ରଭାସିନୀ ହରିଚନ୍ଦନ,ବିଜୟା ଭାରତୀ ମିଶ୍ର,ପ୍ରଧାନ ଶିକ୍ଷକ ପ୍ରକାଶ ଜେନା, ବାଳାନିଧି ସାହୁ,ଅଭୟ ରଥ,ସନ୍ତୋଷ ରଥ ,ରବୀନ୍ଦ୍ର ବେହେରା,ବିକ୍ରମ ପାତ୍ର, ଅଧିକାରୀ ସାହୁ, ଫକିର ଦାସ, ଅଭିମନ୍ୟୁ ସିଂ,ଶିକ୍ଷାବିତ୍ ଉଗ୍ରସେନ ରଣ ସିଂ, ବୁଦ୍ଧିଜୀବୀ ପ୍ରସନ୍ନ ଷଡଙ୍ଗୀ,ପ୍ରଧାନ ଶିକ୍ଷୟିତ୍ରୀ ଶରଳା ଦଳାଇ, ଅନ୍ନପୂର୍ଣ୍ଣା ହରିଚନ୍ଦନ,ସରୋଜିନୀ ଜେନା, ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ମହାପାତ୍ର,ଭାରତୀ ଜେନା, ବାସନ୍ତୀ ଦାସ ,ଦୀପ୍ତିରେଖା ସାହୁ ଓ ଅନ୍ୟମାନେ କାର୍ଯ୍ୟକ୍ରମକୁ ପ୍ରଶଂସା କରି ଗୋପାଳ ଗୁରୁଜୀଙ୍କ ନିରାମୟ ଜୀବନ କାମନା କରିଥିଲେ। ସଭାରେ ବ୍ଲକ୍ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ପ୍ରାଥମିକ ସଂଘ ଘରର ଉନ୍ନତି ପାଇଁ ଆର୍ଥିକ ସହାୟତା ଘୋଷଣା କରିଥିଲାବେଳେ ସଂଘ ତରଫରୁ ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୯/୨୦୨୫---୧୦,୨୦ Sakhigopal News,2/9/2025