Breaking News

ବିନାୟକ ମହୋତ୍ସବର ଶୋଭା ବଢ଼ାଇଲେ "ବାଚସ୍ପତି' ମହୋଦୟା ;ଓଡିଶୀ ନୁର୍ତ୍ୟରେ ଦର୍ଶକ ବିଭୋର



ଜଟଣୀ :-ସହରରେ ଐତିହାସିକ ପାରମ୍ପରିକ ରୀତିରେ ଚାଲିଛି ଗଜାନନଙ୍କ ପୂଜା l ଚଳଚଞ୍ଚଳ ମୋ ଜଟଣୀ । ପୋଷ୍ଟ ଅଫିସ ଛକ ପୂଜା ମଣ୍ଡପରେ ସୂର୍ଯ୍ୟ ରଥରେ ବିରାଜିତ ଗଜାନନ ମୂର୍ତ୍ତି ସାଙ୍ଗକୁ ମାତା ଲକ୍ଷ୍ମୀ ଏବଂ ସରସ୍ବତୀ ଙ୍କ ମୂର୍ତ୍ତି ଶୋଭା ପାଉଛି  । ଝିଲିମିଲି ଆଲୋକ ମାଳା, ବାଘ, ରାବଣ, ଡ୍ରାଗନ ଭଳି ମେକାନିଜମ ସରଞ୍ଜାମ ସାଙ୍ଗକୁ ବିଭିନ୍ନ ପ୍ରକାରର ସୁସ୍ୱାଦୁ ଚଟପଟା ଖାଦ୍ୟର ଭରପୁର ମଜା ନେଉଛନ୍ତି ଦର୍ଶକ l ଏହି ପରିପ୍ରେକ୍ଷୀରେ ଆଜି ସନ୍ଧ୍ୟାରେ ପୋଷ୍ଟ ଅଫିସ ଛକ ପୂଜା ମଣ୍ଡପର ଶୋଭା ବଢ଼ାଇଲେ  ରାଜ୍ୟ ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ମହୋଦୟା l ତାଙ୍କ ସହ ଉପସ୍ଥିତ ଥିଲେ ଭାରତୀୟ ଜନତା ଦଳର ରାଜ୍ୟ ମୁଖପାତ୍ର ସୁଦୀପ୍ତ ରାୟ ଏବଂ ଦଳୀୟ କର୍ମୀ l ଏହି ପରିପ୍ରେକ୍ଷୀରେ ଜଟଣୀର ଅଗ୍ରଣୀ ଅନୁଷ୍ଠାନ ଶିବାଂଶ ଡ୍ୟାନ୍ସ ଏକାଡେମୀର ଛୋଟ ଛୋଟ ଶିଶୁ କଳାକାର ମାନେ  ଓଡିଶୀ ସହ ସମ୍ବଲପୁରୀ ନୁର୍ତ୍ତ୍ୟ ପରିବେଷଣ କରିଥିଲେ l ଓଡିଶୀ ନୁର୍ତ୍ତ୍ୟରେ ଦର୍ଶକ ବିଭୋର ହୋଇ ଯାଇଥିଲେ l ଅନୁଷ୍ଠାନର କର୍ମକର୍ତ୍ତା ସଭାପତି ହେମନ୍ତ କୁମାର ସୁନ୍ଦରାୟ, ସମ୍ପାଦକ ମାନସ ମିଶ୍ର ଙ୍କ ସହ ସଂଘର ଅନ୍ୟାନ କର୍ମକର୍ତ୍ତା ମାନେ ଯୋଗ ଦେଇଥିଲେ । ଅତିଥି ମାନଙ୍କ ସହ ନୁର୍ତ୍ତ୍ୟ ପରିଚାଳିକା ହରପ୍ରିୟା ପଣ୍ଡା ସହ ନୁର୍ତ୍ତ୍ୟଙ୍ଗନା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୩/୯/୨୦୨୫---୭,୧୦ Sakhigopal News,3/9/2025

Blog Archive

Popular Posts