Breaking News

ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଲେ ପରାହାଟ ଉନ୍ନିତ ଉଚ୍ଚ ବିଦ୍ଯାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନ



ସାକ୍ଷୀଗୋପାଳ ----- ଗୁରୁଦିବସ ପରିପ୍ରେକ୍ଷୀରେ  ଜିଲା ସ୍ତରୀୟ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର  ପୁରୀ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି  । ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ମୁଖ୍ଯ ଅତିଥି ଭାବେ ପୁରୀ ଜିଲାପାଳ ଦିବ୍ଯ ଜ୍ଯୋତି ପରିଡା ଯୋଗଦାନ  କରିଥିଲେ  । ଏହି ଅବସରରେ ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ସତ୍ଯବାଦୀ ବ୍ଲକ ଅନ୍ତର୍ଗତ ପରାହାଟ ଉନ୍ନିତ ଉଚ୍ଚ ବିଦ୍ଯାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ପ୍ରଧାନଙ୍କୁ ଜିଲାପାଳ ଶ୍ରୀ ପରିଡା ମୁଖ୍ଯମନ୍ତ୍ରୀ ଶିକ୍ଷା ପୁରସ୍କାର ୨୦୨୪ ( ପ୍ରାଥମିକ ଶିକ୍ଷକ ପୁରସ୍କାର  ) ପ୍ରମାଣପତ୍ର ଓ ଟ୍ରଫି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସେହିପରି ୨୦୨୩ ମସିହାରେ  ଶିକ୍ଷକ ଶ୍ରୀ ପ୍ରଧାନ ସତ୍ଯବାଦୀ ବ୍ଲକର ପ୍ରକୃତି ବନ୍ଧୁ ପୁରସ୍କାର ପାଇବାକୁ ଯୋଗ୍ୟ ହୋଇଥିଲେ  । ଏଥିପାଇଁ ବିଦ୍ଯାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ  , ପରିଚାଳନା କମିଟି  , ଗ୍ରାମବାସୀ ଙ୍କ ସହିତ ସତ୍ଯବାଦୀ ଅଞ୍ଚଳରେ ବୁଦ୍ଧିଜୀବୀ ମାନେ ଖୁସିବ୍ଯକ୍ତ କରିଛନ୍ତି  । ଇତିମଧ୍ୟରେତାଙ୍କର ପୁତ୍ର ଆଦର୍ଶ ବିଦ୍ଯାଳୟ ଛାତ୍ର ସାଇସୋହମ ଜାପାନ ଯାଇ ସେଠାରେ ସାକୁରା ସାଇନ୍ସ ଏକ୍ସଚେଞ୍ଜରେ ନିଜର ମତବ୍ୟକ୍ତ କରି ସଫଳତା ହାସଲ କରିଛନ୍ତି  । ଏହି କାର୍ଯ୍ୟକ୍ରମରେ  ଦେଶରୁ ୩୪ ଜଣ ମାତ୍ର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ  । ବିଭିନ୍ନ ଦେଶରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ସହ ବାର୍ତ୍ତାଳାପ କରି ସାଇ ବିଜ୍ଞାନର ନୂତନ ଜ୍ଞାନକୌଶଳ ଲାଭ କରିଛନ୍ତି। ଜାପାନ ର ଅନୁଭୁତି ସମ୍ପର୍କରେ ଓଡ଼ିଶା ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଓ ସତ୍ୟବାଦୀ ର ଜଣସାଧାରଣ ସାଇଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୫/୯/୨୦୨୫---୯,୨୦ Sakhigopal News,5/9/2025

Blog Archive

Popular Posts