ବିଶ୍ଵ ଫିଜିଓଥେରାପି ଦିବସରେ ସତ୍ୟବାଦୀ ଉଚ୍ଚ ବିଦ୍ୟାଳୟ ରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସାକ୍ଷୀଗୋପାଳ --- ଜନସାଧାରଣଙ୍କୁ ସଚେତନ କରିବାପାଇଁ ହେଲଥଆଣ୍ଡ ହରମୋନି ଟ୍ରଷ୍ଟ ପକ୍ଷରୁ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ପରିସରରେ ବିଶ୍ବ ଫିଜିଓଥୋରାପି ଦିବସ ପାଳନ ସହଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବେଦନା ମୁକ୍ତ ସମାଜ ପାଇଁ ଫିଜିଓଥେରାପି ର ଆବଶ୍ଯକତା ବହୁତ ରହିଛି । ଖାଲି ଔଷଧ ସେବନ କରି ମଣିଷ କଦାପି ସୁସ୍ଥ ରହିପାରିବ ନାହିଁ ବୋଲି ଅତିଥି ମାନେ କହିଥିଲେ । ଏଥିରେ ଗୋପବନ୍ଧୁ ଆୟୁର୍ବେଦିକ ଡାକ୍ତରଖାନାର ପ୍ରାକ୍ତନ ଅଧ୍ଯକ୍ଷ ପ୍ରଫେସର ଦେବବ୍ରତ ଦାଶ , ଅନୁଷ୍ଠାନ ର ପ୍ରତିଷ୍ଠାତା ତଥା ନିରୋଲୋଜିଷ୍ଟ ପ୍ରଫେସର ଡ ଅମ୍ଲାନ ଜ୍ଯୋତି ମହାନ୍ତି ଯୋଗଦେଇ ଫିଜିଓଥେରାପି ପ୍ରଶିକ୍ଷଣ ପ୍ରଦାନ କରି ସଚେତନତା ପ୍ରଦର୍ଶନ କରିଥିଲେ । ପିଟି ଏଲିନା ପଟ୍ଟନାୟକ , ପିଟି ସମର୍ପିତା ମଲ୍ଲିକ , ସରକାରୀ ଇଟିଇଟି ସାକ୍ଷୀଗୋପାଳ ଶାଖାର ଅଧ୍ଯକ୍ଷ ସ୍ୱାଧୀନ କୁମାର ପ୍ରଧାନ , ନିମାପଡ଼ା ପ୍ରାକ୍ତନ ଅଧ୍ଯକ୍ଷ ଇଟିଇଟି ଡ ପ୍ରଭାକର ତ୍ରିପାଠୀ ପ୍ରମୁଖ ବିଭିନ୍ନ ଫିଜିଓଥେରାପି ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିଜେ ସୁସ୍ଥ ରହି ଛାତ୍ରଛାତ୍ରୀ ମାନଙ୍କୁ ସୁସ୍ଥ ରଖିବା ପାଇଁ ଫିଜିଓଥେରାପିର ଆବଶ୍ଯକତା ସମ୍ପର୍କରେ ବୁଝାଇ ଥିଲେ । ଅନ୍ଯମାନଙ୍କ ମଧ୍ଯରେ ସତ୍ଯବାଦୀ ଉଚ୍ଚ ବିଦ୍ଯାଳୟ ପ୍ରଧାନ ଶିକ୍ଷୟତ୍ରୀ ଅମିତା ସେନାପତି ମତବ୍ୟକ୍ତ କରି କହିଥିଲେ ଫିଜିଓଥେରାପି ଗୋଟିଏ ଶାରୀରିକ ଚିକିତ୍ସା ଅଟେ । ଏହାକୁ ଅଭ୍ଯାସ କରିଲେ ସୁସ୍ଥ ମଣିଷ ତଥା ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟ ର ଶାରୀରିକ ଶିକ୍ଷା ଶିକ୍ଷକ ସୁଚିତ୍ର ଖଟୋଇ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲାବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତି ରହିଥିଲେ। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୧/୯/୨୦୨୫---୮,୨୫ Sakhigopal News,1/8/2025