Breaking News

ସାକ୍ଷୀଗୋପାଳରେ କୃଷି ବିଭାଗ ପକ୍ଷରୁ ସାର ଦୋକାନ ଉପରେ ଧର୍ମକୁ ଆଖି ଠାର ଚଢାଉ ; ଆଗ ଖାଲି ପଛ ଲୋଡ



ସାକ୍ଷୀଗୋପାଳ ---- ସତ୍ଯବାଦୀ ବ୍ଲକ ରେ ଥିବା ସମସ୍ତ ସାର ଦୋକାନ ଉପରେ କୃଷି ବିଭାଗ ପକ୍ଷରୁ ଧର୍ମକୁ ଆଖି ଠାର ସଦୃଶ  ଚଢଉ କରାଯାଇଛି  । ଏଥିପାଇଁ ସାର ଦୋକାନୀ ମାନଙ୍କ ମଧ୍ୟରେ ଭିତି ସଞ୍ଚାର ହୋଇଥିବା କୁହାଯାଉଛି  । ଖରିଫ ରୂତୁରେ ଧାନଚାଷ କରାଯାଇଥିବା ବିଲରେ ଗଛ ବଢିବା ପାଇଁ ୟୁରିଆ ସାରର ଆବଶ୍ଯକତା ରହିଛି  । ହେଲେ ସତ୍ଯବାଦୀ ରେ କୌଣସି ସାର ଦୋକାନରେ ୟୁରିଆ ସାର ସରକାରୀ ଦରରେ ୟୁରିଆ ମିଳୁନଥିବା ଚାଷୀମାନେ ଅଭିଯୋଗ କରିଆସୁଛନ୍ତି  । ୟୁରିଆ ସାର ପାଇଁ ଚାଷୀମାନେ ଡହଳବିକଳ ହେଉଥିବା ବେଳେ ସରକାର ଏ ଦିଗ ପ୍ରତି ନଜର ଦେଉନାହାନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି  । କୃଷି ବିଭାଗ ପକ୍ଷରୁ  ବ୍ଲକରେ ଲାଇସେନ୍ସ ପ୍ରାପ୍ତ ଦୋକାନୀ ମାନଙ୍କୁ ଡିଜିଟାଲ ମେସିନ ଯୋଗାଇ ଦେଇଛନ୍ତି  । ଚଢଉ ସମୟରେ ସାର ଦୋକାନ ଗୁଡିକରେ ୟୁରିଆ ସାର ନଥିବା କୃଷି ବିଭାଗ ଅଧିକାରୀ ମାନେ ଦେଖିବାକୁ ପାଇଛନ୍ତି। ଏହି ଚଢଉ ସମୟରେ ଜିଲା କୃକ୍ଷିଅଧିକାରୀ ଡ ପରେଶ କୁମାର ପଣ୍ଡା  , ସହକାରୀ କୃକ୍ଷି ଅଧିକାରୀ ବିକାଶ କୁମାର ପ୍ରୁଷ୍ଟି  , ସୋଲେସ କୁମାର ଦାଶ  ମଣ୍ଡଳ ବୈଷୟିକ ପରିଚାଳକ ଚଢଉ କରିଥିଲେ  । ସାକ୍ଷୀଗୋପାଳ ବଜାର  , ବଡ ବଜାର  , ଅଳଗୁମ  , ସାରଙ୍ଗଯୋଡି  , ବୁଢାକେରା  , ଗବକୁଣ୍ଡ  , ମହୁରା  , ଦୁଗଲ  , ବନପୁର  ପ୍ରମୁଖ ଅଞ୍ଚଳରେ ଥିବା ସାର ଦୋକାନ ଗୁଡିକରେ ଚଢଉ କରିଥିଲେ  । ସରକାରୀ  ତଥ୍ୟରୁ ସବୁଠାରେ ୟୁରିଆ ସାର ଗାଏବ । ମାତ୍ର  ଅନ୍ଯପକ୍ଷରେ ଚାଷୀମାନେ କିଲୋଗ୍ରାମ ପ୍ରତି ୧୫ ଟଙ୍କାରେ ୟୁରିଆ ସାର କିଣୁଛନ୍ତି  । ଏବେ ଡବଲ ଇଞ୍ଜିନି ସରକାରଙ୍କ ସମୟରେ ଚୋରାରେ ୟୁରିଆ ଯାହାକୁ ଯେତେ ମିଳୁଥିବା ଚାଷୀମାନେ କହୁଛନ୍ତି  । ସରକାରଙ୍କ ପକ୍ଷରୁ ସତ୍ଯବାଦୀ ବ୍ଲକ କୁ ପର୍ଯ୍ଯାପ୍ତ ପରିମାଣର ୟୁରିଆ ସାର ଯୋଗାଇ ଦେବାକୁ ଚାଷୀ ମାନେ ଦାବି କରିଛନ୍ତି  । ଯଦି ସାତଦିନ ଭିତରେ ସରକାର ଙ୍କ ପକ୍ଷରୁ ୟୁରିଆ ସାର ନମିଳିବ ତାହେଲେ ସ୍ଥିତି ଗମ୍ଭୀର ହୋଇପଡିବ ବୋଲି ଚାଷୀମାନେ କହନ୍ତି । ସରକାର ଧାନକ୍ଯୁଣ୍ଟାଲ ୩୧ ଶହ ଟଙ୍କା କରିଦେଲେ  । ଅନ୍ୟ ପକ୍ଷରେ ସରକାର ସାର ଦୋକାନୀଙ୍କ ଦ୍ବାରା  ୟୁରିଆ ସାର ଗାଏବ କରି ଚାଷୀମାନଙ୍କୁ ଲୁଟୁଥିବା ଭଳି ଗୁରୁତର ଅଭିଯୋଗ କରାଯାଉଛି  । ସବୁଠାରୁ ବଡ଼ କଥା ବିଲର ମାନେ ୟୁରିଆ ସାର ନାହିଁ କହିଲେ ମାତ୍ର ସାର କିପରି ଆସିବ ବା ଚାଷୀ ମାନେ ପାଇବେ ସେ ଦିଗପତି ଅଧିକାରୀ ମାନେ ଚୁପ୍ । ଆଜି ଏକ ସାର ଦୋକାନ ଚଢାଉ ସମୟରେ ଆଗରେ ସାର ନାହିଁ ବୋଲି ଅଧିକାରୀ ମାନଙ୍କୁ ଡିଲର କହିଥିଲେ ପ୍ରକୃତ ପକ୍ଷେ ୟୁରିଆ ସାର ଦୋକାନ ପଛ ରେ ଅଛି ବୋଲି ଜଣେ ସାମ୍ବାଦିକ ଅଭିଯୋଗ କରିଥିଲେ ମଧ୍ୟ ସେଥିପ୍ରତି ଅଧିକାରୀ ମାନେ ଘଟଣାସ୍ଥଳରେ ଚୁପ୍ ହୋଇ ପଳାଇ ଯାଇଥିଲେ । ଏହା କ'ଣ ଧର୍ମକୁ ଆଖି ଠାର ବୋଲି ଚାଷୀମାନେ କହନ୍ତି । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୨/୯/୨୦୨୫----୧୦,୨୦ Sakhigopal News,2/9/2025

Blog Archive

Popular Posts