ସବୁଠି ଉଠିଲା ତ୍ରିରଙ୍ଗା, ବୃକ୍ଷ ରୋପଣ ଅନୁଷ୍ଠିତ
ଭଞ୍ଜନଗର---- ଜଗନ୍ନାଥ ପ୍ରସାଦ ବ୍ଲକ ଅଧିନସ୍ଥ ବି.ଡିପୁର ଗ୍ରାମପଞ୍ଚାୟତ ରେ ୭୭ତମ ସ୍ୱାଧୀନତା ଦିବସ ବହୁ ଆଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ସରପଞ୍ଚ ଶ୍ରୀମତି ରଶ୍ମିତା ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏଥିରେ ରେ ସଭ୍ୟା ଶ୍ରୀମତୀ ଗୀତାରାଣୀ ବାରିକ,ନାଏବ ସରପଞ୍ଚ ଶ୍ରୀମତୀ ଲଷ୍ମୀ ସ୍ୱାଇଁ,କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବିପ୍ର ଚରଣ ବାରିକ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ଗ୍ରାମ ରୋଜକାର ସେବକ ସରୋଜ କୁମାର ନାୟକ,ଯୋଗାଣ ସହାଇକା ଶ୍ରୀମତୀ ରଶ୍ମିତା ସାହୁ, ପଞ୍ଚାୟତ ଆଶା,ଅଙ୍ଗନୱାଡି କର୍ମୀ ଓ ସିଆରପି ପ୍ରମୁଖ ବହୁ ମାନ୍ୟଗଣ୍ୟ ଗୁରୁଜନ ବ୍ୟକ୍ତି ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଙ୍କ ପ୍ରତିନିଧି ଶ୍ରୀ ବାରିକ ଯୋଗଦେଇ କହିଥିଲେ କି ଆଜି ପଲ୍ଲୀ ଠାରୁ ଦିଲ୍ଲୀ ପ୍ରଯ୍ୟନ୍ତ ସାରା ଦେଶ ସ୍ୱାଧୀନତା ଦିବସ ପାଳନ କରୁଛି । ଜଣେ ଭାରତୀୟ ଭାବରେ ଏହା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ ।ଏହି ପବିତ୍ର ଦିବସ ଅବସରରେ ଦେଶର ଯେଉଁ ଵୀର ପୁତ୍ରମାନେ ତ୍ୟାଗ ଓ ବଳିଦାନ ଦେଇ ଏବଂ ଦେଶର ଶାନ୍ତି ଓ ସୁରକ୍ଷା ପାଇଁ ଶହୀଦ ହୋଇଥିବା ଅମର ଯୱାନମାନେ ଦେଶ କୁ ସ୍ଵାଧୀନ ଆଣିଥିଲେ ସେମାନଙ୍କୁ ତାଙ୍କର ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜାତିର ପିତା ମହାତ୍ମା ଗାନ୍ଧୀ, ପଣ୍ଡିତ ଜବାହାର ଲାଲ ନେହେରୁ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ମୌଲାନା ଆଜାଦ, ଡଃ ବି.ଆର.ଆମ୍ବେଦକର, ଡଃ ରାଜେନ୍ଦ୍ର ପ୍ରସାଦ, ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ବାଜି ରଉତ,ଉତ୍କଳ ଗୌରବ ମଧୁସୂଦନ ଦାସ, ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ସହିଦ୍ ଲକ୍ଷ୍ଣଣ ନାଏକ,ରାଣୀ ଲକ୍ଷ୍ମୀବାଈ, ବୀର ସୁରେନ୍ଦ୍ର ସାଏ, ରମାଦେବୀ, ମାଳତୀ ଚୌଧୁରୀ, ଡଃ ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ ଓ ପାର୍ବତୀ ଗିରିଙ୍କ ପରି ମହାନ୍ ସଂଗ୍ରାମୀ ମାନଙ୍କ ନେତୃତ୍ୱରେ ଆମେ ସ୍ୱାଧୀନତା ହାସଲ କରିଛୁ। ୧୯୪୭ ଅଗଷ୍ଟ ମାସ ୧୪ ତାରିଖ ମଧ୍ୟ ରାତ୍ରିରେ ବ୍ରିଟିଶ ମାନେ ଆମ ଦେଶ ଛାଡି ପଳାୟନ କରିଥିଲେ। ୧୯୪୭ ଅଗଷ୍ଟ ମାସ୧୫ ତାରିଖରେ ଦେଶ ସ୍ଵାଧୀନ ହୋଇଥିଲା । ଏବଂ ସେହିଦିନ ଠାରୁ ଆମ ଦେଶର ବୀର ପୁତ୍ରମାନଙ୍କର ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଅଗଷ୍ଟ ୧୫ ତାରିଖକୁ ସାଧୀନତା ଦିବସ ରୂପେ ପାଳନ କରୁଛେ। ଦେଶର ଵୀର ପୁତ୍ରମାନଙ୍କର ବଳିଦାନ ଓ ଅସୁମାରୀ ତ୍ୟାଗ ଉଦ୍ଦେଶ୍ୟରେ ଚାରା ରୋପଣ କରାଯାଇଥିଲା ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୬/୮/୨୦୨୩----୮,୫୫ , Sakhigopal News 16/8/2023