ଦେଶୀ ମଦ ଜବତ, ଜଣେ ଗିରଫ
ଜଟଣୀ, - ଜଟଣୀ ଥାନା ଅନ୍ତର୍ଗତ ବୁଧପଡ଼ା ମନ୍ଦିର ନିକଟରେ ବେଆଇନ ଭାବେ ଦେଶୀ ମଦ ବିକ୍ରି କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଜଣଙ୍କ ହେଲେ ଟ୍ରାଫିକ କଲୋନୀର ସଲିମ ଅହମଦ ଖାନ (୬୫)। ତା ନିକଟରୁ ୧୧.୨୦୦ ଲିଟର ଆସ୍କା-୪୦ ଜବତ କରିଛି ପୁଲିସ। ସୂଚନାଯୋଗ୍ୟ ଯେ, ଜଟଣୀ ଥାନାର ଏକ ଟିମ ଖବର ପାଇ ବୁଧପଡ଼ା ସୋମନାଥ ମନ୍ଦିର ପାଖ ରାସ୍ତା କଡ଼ରେ ସଲିମ ଦେଶୀ ମଦ ବିକ୍ରି କରୁଥିବା ବେଳେ ଅତର୍କିତ ଚଢ଼ାଉ କରିଥିଲା। ଘଟଣାସ୍ଥଳରୁ ଅଭିଯୁକ୍ତକୁ ଗିରଫ କରିବା ସହ ଯାଞ୍ଚ ସମୟରେ ତା ନିକଟରୁ ଦେଶୀ ମଦ ଜବତ କରିଛି ପୁଲିସ। ଏ ନେଇ ଥାନାରେ କେସ ନଂ ୨୮୨/୨୩ ରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ପକ୍ଷରୁ ସୂଚନା ମିଳିଛି। ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧/୮/୨୦୨୩---୮,୧୦ Sakhigopal News,1/8/2023