Breaking News

ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ


କନ୍ଧମାଳ  ---  ଦୁଇ ଦିନିଆ କନ୍ଧମାଳ ଜିଲ୍ଲା ଗସ୍ତ ରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ପ୍ରମୁଖ ଉପଦେଷ୍ଟା ଅନୁଭବ ପଟ୍ଟନାୟକ l ଗସ୍ତ ର ଦ୍ଵିତୀୟ ଦିନ ରେ ବାଲିଗୁଡା ରେ ପହଞ୍ଚି  ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଓଡିଶା ଆଦର୍ଶ ବିଦ୍ୟାଳୟ ପରିଦର୍ଶନ କରିଥିଲେ l  ସ୍କୁଲ ର ଶିକ୍ଷକ ଓ ଛାତ୍ରଛାତ୍ରୀ ଙ୍କ ସହ ଆଲୋଚନା କରିବା ସହ 5ଟି ମାଧ୍ୟମରେ ହୋଇଥିବା ସ୍ମାର୍ଟ କ୍ଲାସରୁମ କିପରି ଚାଲିଛି ସେ ନେଇ ସ୍ଥିତି ଅନୁଧ୍ୟାନ କରିଥିଲେ l ବାଲିଗୁଡା ବ୍ଲକ କାର୍ଯ୍ୟାଳୟ ରେ ପହଞ୍ଚି ଭିଡ଼ିଓ କନଫରେନ୍ସ ହଲ, ଓସ୍ୱାନ କେନ୍ଦ୍ର, ଆଧାର କେନ୍ଦ୍ର କିପରି ଚାଲିଛି ଓ ରାଜ୍ୟ ସରକାର ଙ୍କ ବିଭିନ୍ନ ସେବା ଜନସାଧାରଣ କିପରି ସୁଫଳ ପାଉଛନ୍ତି ସେ ନେଇ ସମୀକ୍ଷା କରିଛନ୍ତି l ଏଥିସହ ରାଜ୍ୟ ସରକାରଙ୍କ ଓଡିଶା ୱାନ ପୋର୍ଟାଲ ବା ମୋ ସେବା କେନ୍ଦ୍ର ଦ୍ୱାରା ଲୋକେ କିପରି ସେବା ପାଉଛନ୍ତି  ସେ ନେଇ ବିଭିନ୍ନ ସେବାକେନ୍ଦ୍ର ରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି l  ବାଲିଗୁଡା ଗସ୍ତ ପରେ କ. ନୂଆଗାଁ ରେ ପହଞ୍ଚି ରାଜ୍ୟ ସରକାର ଙ୍କ 5ଟି ସ୍କୁଲ ପରିଦର୍ଶନ କରିବା ସହ ବ୍ଲକ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଡିଜିଟାଲ ସେବା ପଂଚାୟତ ସ୍ତରରେ କିପରି ଚାଲିଛି ସେ ନେଇ ସମୀକ୍ଷା କରିଥିଲେ l ବାଲିଗୁଡା ଗସ୍ତ ରେ ମୋ ସେବା କେନ୍ଦ୍ର ର ଅଧିକାରୀ ଓ କନ୍ଧମାଳ ଜିଲ୍ଲା ଡିଜିଏମ ଉପସ୍ଥିତ ଥିଲେ  I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୨/୭/୨୦୨୩---୯,୪୫ Sakhigopal News,12/7/2023

Blog Archive

Popular Posts