ସେଣ୍ଟ ଜୋନ ସ୍କୁଲରେ ବନମହୋତ୍ସବ ପାଳିତ
କନ୍ଧମାଳ ---- କନ୍ଧମାଳ ଜିଲ୍ଲା ବାଲିଗୁଡା ସେଣ୍ଟ ଜୋନ ସ୍କୁଲ ପରିସର ମଧ୍ୟରେ ବନମହୋତ୍ସବ ପାଳିତ ହୋଇ ଯାଇଛି l ମୁଖ୍ୟ ଅତିଥିଭାବେ ବାଲିଗୁଡା ସହକାରୀ ବନ ସଂରକ୍ଷକ ମନୋରଞ୍ଜନ ବାଘ ଯୋଗଦେଇ ଥିଲେ l ସ୍କୁଲ କର୍ତ୍ତପକ୍ଷ ପକ୍ଷରୁ ସହକାରୀ ବନ ସଂରକ୍ଷକ ଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଜଣାଇଥିଲେ l ସ୍କୁଲ ପରିସର ମଧ୍ୟରେ ବୃକ୍ଷ ରୋପଣ କରାଯାଇଥିଲା । ଆୟୋଜିତ ସଭାରେ ମୁଖ୍ୟ ଅତିଥି ସୁସ୍ଥ ପରିବେଶ ଓ ମନୁଷ୍ୟ ସମାଜ ପାଇଁ ବୃକ୍ଷ ର ଆବଶ୍ୟକତା କଣ ରହିଛି ସେନେଇ ଆଲୋଚନା କରିଥିଲେ । ଏବଂ ଛାତ୍ର ଛାତ୍ରୀ ଅଭିଭାବକ ମାନଙ୍କୁ ନିଜ ଗାଁ ଦାଣ୍ଡ ଘର ପରିବେଶ ମଧ୍ୟରେ ବୃକ୍ଷ ରୋପଣ କରିବାକୁ କହିଥିଲେ I କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୨୮/୭/୨୦୨୩----୭,୧୦ Sakhigopal News,28/7/2023