ଘାଟିପଲ୍ଲୀ ଡକାୟତି ଘଟଣା , ଅଭିଯୁକ୍ତ ଙ୍କ ଠାରୁ ଜବତ ଟଙ୍କା ଓ ସୁନା କୁ ଫେରି ପାଇଲେ ଅଭିଯୋଗକାରୀ
ଭଞ୍ଜନଗର -- ଗତ ୬ ତାରିଖରେ ହୋଇଥିଲା ,ତାରାସିଙ୍ଗି ଥାନା ଅନ୍ତର୍ଗତ ଘାଟପଲ୍ଲୀ ଗାଁ ରେ ଡକାୟତି ଘଟଣା । ଏଥିରେ ସଂପୃକ୍ତ ଜଣେ ଅଭିଯୁକ୍ତ ଗିରଫ ହୋଇ ସାରିଛି । ତା' ସହ , ଲୁଟ୍ ସାମଗ୍ରୀ କୁ ରଖିବାରେ ସହଯୋଗ କରିଥିବା ଜଣେ ମହିଳା ମଧ୍ୟ ଗିରଫ ହୋଇଛନ୍ତି । ସେମାନଙ୍କ ଠାରୁ ଉଦ୍ଧାର ହେଇଥିବା ଟଙ୍କା ଓ ସୁନାକୁ ଲୁଟ୍ ର ଶିକାର ହୋଇଥିବା ବ୍ୟକ୍ତି କୁ ହସ୍ତାନ୍ତର କରିଛି ତାରସିଂ ଥାନା ପୁଲିସ । ଏନେଇ ଭାରପ୍ରାପ୍ତ ଅଧିକାରୀ ଭାଗୀରଥି ନାୟକ ଶୁକ୍ରବାର , ତାରସିଂ ଥାନାରେ ସାମ୍ବାଦିକ ସମ୍ମିଳନୀ ରେ ସୁଚନା ଦେଇଛନ୍ତି । ଥାନାଧିକାରୀ ସମେତ ଏଏସଆଇ ସମୀର ରାଉତ ଓ ଅନ୍ୟ କର୍ମଚାରୀ ଙ୍କ ଉପସ୍ଥିତି ରେ ଉଦ୍ଧାର ହେଇଥିବା ୧ ଲକ୍ଷ ୧୭ ହଜାର ଟଙ୍କା , ୧୫ ଗ୍ରାମ୍ ସୁନା ଓ ୨୫୦ ଗ୍ରାମ ରୁପା ଅଳଙ୍କାର ସବୁ , ଘାଟିପଲ୍ଲୀ ଗାଁ ର ଘର ମାଲିକ ନବୀନ ନାୟକଙ୍କୁ ପ୍ରଦାନ କରାଯାଇଥିଲା । ଏସପି ଙ୍କ ନିଦ୍ଧେର୍ଶ କ୍ରମେ ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ବିଶ୍ବମିତ୍ର ହରପାଲଙ୍କ ନେତୃତ୍ବରେ ତାରସିଂ ଭାରପ୍ରାପ୍ତ ଅଧିକାରୀ ଙ୍କ ସହଯୋଗରେ ଏହି ସଫଳତା ମିଳିଥିଲା । ଓଡ଼ଗାଁ ଥାନା ଅନ୍ତର୍ଗତ ପାଣିବନ୍ଧ ଗ୍ରାମର ଜିତେନ୍ଦ୍ର ଡାକୁଆ ନାମକ ଅଭିଯୁକ୍ତ ର ଜଣେ ସମ୍ପର୍କୀୟ ମହିଳା ବୋଲି ଜଣାପଡିଛି । ତା'ଠାରୁ ୨ଟି ସୁନାମୁଦି , କାନଫୁଲ ଏବଂ କିଛି ରୂପା ଅଳଙ୍କାର ଜବତ ହୋଇଛି । ଗିରଫ ମହିଳା ଅଭିଯୁକ୍ତ ହେଲେ ଘାଟିପଲ୍ଲୀ ନିକଟସ୍ଥ ହରଡାପଲ୍ଲୀ ଗ୍ରାମର ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଘଟଣା ପ୍ରକାରେ ତାରାସିଂ ଥାନା ଅନ୍ତର୍ଗତ କୁଡୁତାଇ ପଞ୍ଚାୟତ ର ଘାଟପଲ୍ଲୀ ଗାଁ ରେ ଗତ ୬ ତାରିଖ ବିଳମ୍ବିତ ରାତିରେ ସଶସ୍ତ୍ର ଡକାୟତି ହୋଇଥିଲା । ଏଥିରେ ୬ ଜଣ ମୁଖା ପିନ୍ଧିଥିବା ଯୁବକ ୩ ଟି ବାଇକ୍ ରେ ଯାଇ ମାରଣାସ୍ତ୍ର ଏବଂ ପିସ୍ତଲ ଧରି ନବୀନ କୁମାର ନାୟକଙ୍କ ଘରେ ପଶିଥିଲେ । ଘର ଲୋକଙ୍କୁ ଭୟଭୀତ କରି , ୬ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଓ ସୁନା ଅଳଙ୍କାର ଲୁଟି ନେଇ ଚମ୍ପଟ ମାରିଥିଲେ । ଛତ୍ରପୁର ରୁ ସାଇଣ୍ଟିଫିକ୍ ଟିମ୍ ଓ ସନ୍ଧାନୀ କୁକୁର ସହାୟତା ରେ ତଦନ୍ତ ହୋଇଥିଲା । ଏନେଇ ପୋଲିସ ପକ୍ଷରୁ ଦୁଇଟି ଟିମ୍ ଗଠନ ହୋଇଛି ।
ଏଥିରେ ଆହୁରି ୪ ଅଭିଯୁକ୍ତ ସଂପୃକ୍ତ ଥିବା କୁହାଯାଉଛି । ଡକାୟତି ଘଟଣା କୁ ୨୦ ଦିନ ବିତି ଯାଇଥିଲେ ମଧ୍ୟ , ଫେରାର ଲୁଟେରା ଙ୍କୁ ଏଯାଏଁ ଧରିପାରି ନାଁହି ପୋଲିସ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୯/୭/୨୦୨୩----୭,୩୫ Sakhigopal News,29/7/2023