ବାଲିଗୁଡା ଗସ୍ତ ରେ କେନ୍ଦ୍ର ମନ୍ତ୍ରୀ ଦଳୀୟ ନେତା ଙ୍କ ସହିତ ସାଙ୍ଗଠାନିକ ବୈଠକ
ବାଲିଗୁଡ଼ା ---- ଦିନିକିଆ କନ୍ଧମାଳ ଜିଲ୍ଲା ଗସ୍ତରେ ଆସି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ବାଲିଗୁଡା ରେ ପହଞ୍ଚି ଦଳୀୟ ସାଙ୍ଗଠାନିକ ବୈଠକ ରେ ଯୋଗଦେଇ ଥିଲେ । ସେଠାରୁ ତୁମୁଡିବନ୍ଧ ଜଳେଶପଟା ଯାଇ ସ୍ୱାମୀ ଲକ୍ଷ୍ମଣାନନ୍ଦ ଆଶ୍ରମ ପରିଦର୍ଶନ କରି ସ୍ୱାମୀଜୀ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ । କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀ କନ୍ଧମାଳ ଗସ୍ତରେ ଆସି ବାଲିଗୁଡା ଗାୟତ୍ରୀ ମନ୍ଦିର କଲ୍ୟାଣ ମଣ୍ଡପ ରେ ପହଞ୍ଚି ବିଜେପି କାର୍ଯ୍ୟକର୍ତ୍ତା ଙ୍କ ସହିତ ସଂଚାଳନ ସମିତି ଓ କୋର କମିଟି ବୈଠକ ରେ ଯୋଗ ଦେଇଥିଲେ । ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ବିକାଶ କୁ ନେଇ ସାଙ୍ଗଠାନିକ ବୈଠକ ରେ ଦଳୀୟ କାର୍ଯ୍ୟକର୍ତ୍ତା ଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ । ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ଜଗନ୍ନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ,ରାଜ୍ୟ ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର,ବିଜେପି ବରିଷ୍ଠ ନେତା ସୁକାନ୍ତ ପାଣିଗ୍ରାହୀ, ପଦ୍ମ ଚରଣ ଦାଶ, ପୂର୍ବତନ ଜିଲ୍ଲା ସଭାପତି ଲିଙ୍ଗରାଜ ଦଳବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ପ୍ରମୁଖ ଦଳୀୟ କର୍ମକର୍ତ୍ତା କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ । କନ୍ଧମାଳ ରୁ ମନୋଜ କୁମାର ପଣ୍ଡାଙ୍କ ରିପୋର୍ଟ,୧୮/୭/୨୦୨୩----୯,୪୫ Sakhigopal News,18/7/2023