ମଧୁବନ ମିନି ଷ୍ଟାଡିୟମର ଦୂରାବସ୍ଥା କୁ ନେଇ କ୍ରୀଡାବିତ୍ ଙ୍କ ଅସନ୍ତୋଷ
ନୟାଗଡ଼: ----- ଖଣ୍ଡପଡ଼ା ମଧୁବନ ମିନି ଷ୍ଟାଡିୟମର ଦୂରାବସ୍ଥା କୁ ନେଇ କ୍ରୀଡାବିତ୍ ଓ ସହର ବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଷ୍ଟାଡିୟମ ପରିସରରେ ସନ୍ତସନ୍ତିଆ ପରିବେଶ ସାଙ୍ଗକୁ ଖାଲଖମା ସୃଷ୍ଟି ହୋଇଛି। ଗତ ୨୦ ତାରିଖରେ ୫ ଟି ସଚିବ ଭିକେ ପଣ୍ଡିଆନ୍ ମିନି ଷ୍ଟାଡିୟମ ପରିସରରେ ଆୟୋଜିତ ଏକ ସମାବେଶ ରେ ଯୋଗ ଦେଇ ଥିଲେ। ସଚିବଙ୍କ ଗସ୍ତ ନେଇ ଷ୍ଟାଡିୟମ୍ ପରିସରରେ ସିମେଣ୍ଟ ଙ୍କକ୍ରିଟ ରେ ଏକ ହେଲିପ୍ୟାଡ ନିର୍ମାଣ କରାଯାଇଥିଲା। ଶହ ଶହ ଗାତ ଖୋଳା ଯାଇ ବାଉଁଶ ରେ ବ୍ୟାରିଗେଟ ନିର୍ମାଣ କରାଯାଇଥିଲା। ମିନି ଷ୍ଟାଡିୟମ ର ସମ୍ମୁଖ ଭାଗ ପାଚେରିରୁ କିଛି ଅଂଶ ଭଙ୍ଗା ଯାଇଥିଲା। ଷ୍ଟାଡିୟମର ଗୋଟିଏ ପାର୍ଶ୍ଵ ଖୋଲି ପୋଷ୍ଟକୁ ଜେଶିବି ମେସିନ୍ ସାହାର୍ଯ୍ୟ ରେ ତାଡି ଦିଆଯାଇଥିଲା। ସଚିବଙ୍କ ଗସ୍ତ କାର୍ଯ୍ୟକ୍ରମ ର ୬ ଦିନ ପରେ ବି ଷ୍ଟାଡିୟମ୍ ପରିସରରେ ଅବସ୍ଥା ସୁଧୁରିନି। ମାଳମାଳ ପଲିଥିନ ଜରି, ପ୍ଲାଷ୍ଟିକ ପାଣି ବୋତଲ ଏଣେ ତେଣେ ପଡ଼ିରହିଛି। ଷ୍ଟାଡିୟମ ପରିସରରେ ଦୈନିକ ଖେଳକୁଦ କରୁଥିବା ଯୁବପିଢ଼ି , ପ୍ରାତଃ ଓ ସନ୍ଧ୍ୟା ଭ୍ରମଣ ରେ ଯାଉଥିବା ବରିଷ୍ଠ ନାଗରିକ, କ୍ରୀଡାବିତ୍ ମାନେ ପଡିଆର ଦୂରାବସ୍ଥା କୁ ଦେଖି କ୍ଷୋଭ ପ୍ରକାଶ କରୁଛନ୍ତି । ବାହ୍ୟ ପ୍ରାଚୀର ର କିଛି ଅଂଶ ଭଙ୍ଗାଥିବା ଯୋଗୁଁ ବୁଲା ଗାଈ , ଗୋରୁ ଷ୍ଟାଡିୟମ୍ ପରିସରରେ ଅବାଧରେ ପ୍ରବେଶ କରି ପରିବେଶ କୁ ନଷ୍ଟ କରୁଛନ୍ତି। ସୂଚନା ଯୋଗ୍ୟ ଆସନ୍ତା ଅଗଷ୍ଟ ୧୫ ତାରିଖରେ ଏହି ଷ୍ଟାଡିୟମ ପରିସରରେ ଖଣ୍ଡପଡ଼ା ତହସିଲ ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହେବ। ଏଥିପୂର୍ବରୁ ଷ୍ଟାଡିୟମ୍ ପରିସର ରୁ ହେଲିପ୍ୟାଡ କୁ ଉଠାଇଦେବା ସହ ଷ୍ଟାଡିୟମ୍ ର ପୂର୍ବ ଅବସ୍ଥା ଫେରାଇ ଆଣିବାକୁ ଖଣ୍ଡପଡ଼ା ସହରର ବହୁ ବୁଦ୍ଧିଜୀବୀ କ୍ରୀଡାବିତ୍ ମାନେ ଦାବି କରୁଛନ୍ତି। ଖଣ୍ଡପଡ଼ା ତହସିଲ୍ ପ୍ରଶାସନ ଓ ଏନ୍ ସି କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଇଛି। ନୟାଗଡ଼ ରୁ ନିରଞ୍ଜନ ଦାସଙ୍କ ରିପୋର୍ଟ,୨୬/୭/୨୦୨୩----୯,୪୫ Sakhigopal News,26/7/2023