ବରାଳ ବାଲୁଙ୍କେଶ୍ୱର ଦେବ ଗୋ ଶାଳାର ସଭାପତିଙ୍କ ଦୁର୍ଘଟଣାରେ ମୃତ୍ୟୁ
ସାକ୍ଷୀଗୋପାଳ--- ସତ୍ୟବାଦୀ ଥାନା ଅନ୍ତର୍ଗତ ପଟ୍ଟନାୟିକିଆ ସ୍ଥିତ ମହାବଳପଡା ଠାରେ ଥିବା ବରାଳ ବାଲୁଙ୍କେଶ୍ୱର ଦେବ୍ ଗୋ ଶାଳାର ରକ୍ଷକ ତଥା ପରିଚାଳନା କମିଟିର ସଭାପତି ମହେଶ୍ୱର ପ୍ରଧାନଙ୍କର ପିପିଲି ଟୋଲଗେଟ ଠାରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି । ସୁଚନା ଯୋଗ୍ୟ ଯେ କୌଣସି କାମରେ ମହେଶ୍ୱର ଭୁବନେଶ୍ୱର ଯାଉଥିଲେ । ପୁରୀରୁ ଭୁବନେଶ୍ୱର ଯାଉଥିବା ଶାରାଳା ବସ ତାଙ୍କୁ ଧକ୍କା ଦେଇଥିଲା । ଧକ୍କାରେ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ସଙ୍ଗେ ସଙ୍ଗେ ପିପିଲି ମେଡିକାଲକୁ ନିଆଯାଇଥିଲା ।ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଷଲ । ଏହି ଖବର ପ୍ରସାରିତ ହେବା ପରେ ସାକ୍ଷୀଗୋପାଳ ସହିତ ବିଭିନ୍ନ ଗୋ ସେବକ ସଂଘଠନ ମାନେ ଏହି ଖବର ପାଇବା ପରେ ଦୁଢ଼ଃରେ ଭାଙ୍ଗି ପଡିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୭/୨୦୨୩---୭,୨୫ Sakhigopal News, 17/7/2023